ଉପର ପଡିଆରେ ବି ହେବ ବାଲିଯାତ୍ରା

ନଭେମ୍ବର ୫ରୁ ଆରମ୍ଭ ହେବାକୁ ଯାଉଛି ବାଲିଯାତ୍ରା । ଉପର ପଡିଆରେ ବି ହେବ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦିଆଯିବ କହିଲେ ଜିଲ୍ଲାପାଳ । ରୂପରେଖ କଣ ହେବ ହାଇକୋର୍ଟଙ୍କୁ ଅବଗତ କରାଯିବ । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ସୂଚନାଥାଉକି, ନଭେମ୍ବର ୫ରୁ ୧୨ ତାରିଖ ଯାଏଁ ବାଲିଯାତ୍ରା ଅନୁଷ୍ଠିତ ହେବ ।ତେବେ ଚଳିତ ବର୍ଷ ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ଆୟୋଜନ ନ କରିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଯାହାକୁ ନେଇ ବିଭିନ୍ନ ମାହୋଲରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଥିଲା । ଉପର ପଡ଼ିଆରେ ବାଲିଯାତ୍ରା ପାଇଁ ଜୋର ଧରିଛି ଦାବି । କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ ବୋଲି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉଭୟ ତଳ ଓ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ ଦାବି କରିଛନ୍ତି ।