ଏକତା ସୂତ୍ରରେ ଯୋଡି ରଖେ ମହୋତ୍ସବ, ସମ୍ବଲପୁରୀ, ଦୁଲୁଦୁଲି, ଓଡିଶୀ, ଘୁମୁରା ନୃତ୍ୟ ସହ ଲିପ୍ସା ମହାପାତ୍ର ଙ୍କ ସୁମଧୁର ସଙ୍ଗୀତ ରେ ଝୁମିଲେ ଦର୍ଶକ :-ତୃତୀୟ ବାର୍ଷିକ ଦୋଳ ମହୋତ୍ସବ ଉଦୁଘାଟିତ
କୋଣାର୍କ:- 11/03/2026ପୁରାଣରେ ବର୍ଣ୍ଣିତ ଅଛି “ଦୋଳେଚ ଦୋଳ ଗୋବିନ୍ଦ, ଚାପେଚ ମଧୁସୂଦନ, ରଥେ ତୁ ବାମନ ଦୃଷ୍ଟା, ପୁନଃ ଜନ୍ମ ନ ବିଦ୍ୟତେ “।ମହୋତ୍ସବ ସେହି ଅଞ୍ଚଳକୁ ଏକତା ସୂତ୍ରରେ ଯୋଡି ରଖେ। ଭାଇଚାରାକୁ ବଢାଏ। ଅଞ୍ଚଳର ବଣ ମଲ୍ଲୀକୁ ପ୍ରସ୍ଫୁଟିତ କରାଇବାରେ ସହଯୋଗ କରେ ବୋଲି ମୁଖ୍ୟ ଅତିଥି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମତ ଦେଇଥିଲେ।କଳା, ସଂସ୍କୃତି ଅଞ୍ଚଳ ପୁରୀ ଜିଲ୍ଲା। ଅନେକ ଲୋକକଳାରେ ଭରପୁର। ଏଠାକାର ପ୍ରତିଭା ଶହ ଓଡ଼ିଶାର ବିଭିନ୍ନ ଲୋକକଳାକୁ ଲୋକଲୋଚନକୁ କୁ ଆଣୁଛି କାକଟପୁର ରେ ଅନୁଷ୍ଠିତ ତୃତୀୟ ବାର୍ଷିକ ଦୋଳ ମହୋତ୍ସବ। ଚଳିତ ବର୍ଷ ଆୟୋଜିତ ୩ଦିନିଆଁ ଦୋଳ ମହୋତ୍ସବ ମଙ୍ଗଳବାର ସନ୍ଧ୍ୟା ରେ ଉଦୁଘାଟିତ ହୋଇଛି। ଉଦୁଘାଟନ ସନ୍ଧ୍ୟାରେ ନିଜର ଗୀତ ମାଧ୍ୟ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧିରଖିଥିଲେ ଗୀତିକାର ତଥା କଣ୍ଠଶିଳ୍ପୀ ଲିପ୍ସା ମହାପାତ୍ର। ଗୋଟିଏ ପରେ ଗୋଟିଏ ସୁପରହିଟ ଗୀତ ଗାଇବା ସହ ନିଜ କଥା ମାଧ୍ୟ୍ୟମରେ ଦର୍ଶକ ମାନଙ୍କୁ ମନୋରଞ୍ଜନ ଖୁରାକ ଯୋଗାଇ ଥିଲେ ଲିପ୍ସା । ପ୍ରଥମଥର କାକଟପୁର ଦୋଳ ମହୋତ୍ସବ ରେ ଗୀତ ପରିବେଷଣ କରୁଥିବା ବେଳେ ପ୍ରଥମ ସନ୍ଧ୍ୟାରେ ଲିପ୍ସା ଙ୍କୁ ଦେଖିବା ଓ ଲାଇଭି ଗୀତ ଶୁଣିବା ନିମନ୍ତେ ହଜାର ହଜାର ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଅନ୍ୟ ପଟେ କଳାହାଣ୍ଡି ର ଘୁମୁରା ନୃତ୍ୟ,ସମ୍ବଲପୁରୀ, ଦୁଲୁଦୁଲି ଓ ଓଡିଶୀ ଉପସ୍ଥିତ ଦର୍ଶକ ଙ୍କ ମନମୁଗ୍ଧ କରିଥିଲା।ପରେ ଉଦୁଘାଟନ ଉତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ, ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ,ଅଭ୍ୟଥନା କମିଟି ସମ୍ପାଦକ ପ୍ରତାପ ଚନ୍ଦ୍ର ପରିଡା,ଜଗତସିଂହପୁର ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ୱାଇଁ, କୋଷାଧକ୍ଷ କୈଳାଶ ଚନ୍ଦ୍ର ନାୟକ, ସମାଜସେବୀ ଜଗନ୍ନାଥ ବେହୁରା, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସ୍ୱାଇଁ କହିଥିଲେ, କଳା,ସଂସ୍କୃତି ଓ ପରମ୍ପରା କୁ ପ୍ରଚାର ସହ ସ୍ଥାନୀୟ ଲୁକାୟିତ ପ୍ରତିଭାକୁ ପ୍ରସାର କରିବା ଦିଗରେ ମହୋତ୍ସବ ବେଶ ଭଲ। ମଞ୍ଚ ପରିଚାଳନା ରେ ସମୀର ଓ ସୋନାଲି ଥିବା ବେଳେ ସୁମଧୁର ବାକ୍ୟ ମାଧ୍ୟ୍ୟମରେ ନିଜର ଉପସ୍ଥାପନା କରିଥିଲେ। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ କଡାକଡି କରାଯାଇଥିଲା।ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କୁ କାକଟପୁର ଦୋଳ ମହୋତ୍ସବ ମହୋତ୍ସବ କମିଟିର ସଦସ୍ୟ ବୃନ୍ଦ ପରିଚାଳନା କରିଥିଲେ।
