ଏକାଥରେ ଇସ୍ତଫା ଦେଲେ ଗୁଜରାଟର ସବୁ ମନ୍ତ୍ରୀ,ଶୁକ୍ରବାର ନୂଆ କ୍ୟାବିନେଟ୍ ଗଠନ
ଶୁକ୍ରବାର ଗୁଜୁରାଟରେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବ। ଦିନ ୧୧ଟାରେ ମନ୍ତ୍ରୀମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଉପସ୍ଥିତ ରହିବେ। କିନ୍ତୁ ଏହାପୂର୍ବରୁ ଗୁଜୁରାଟରେ ହଠାତ୍ ଏକ ବଡ ରାଜନୈତିକ ହଇଚଇ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଂଶଲ ଏବଂ ପଟେଲ ପ୍ରତ୍ୟେକ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ବିଷୟରେ ଜଣାଇଥିଲେ। ଏହାପରେ ଯାଇ ମନ୍ତ୍ରୀମାନେ ଆଜି ଇସ୍ତଫା ଦେଇଛନ୍ତି।
ଘଟଣାକୁ ନେଇ ଦଳୀୟ ନେତାମାନେ କହିଛନ୍ତି ଯେ ପରବର୍ତ୍ତୀ ରାଜନୈତିକ ଏବଂ ସାଂଗଠନିକ ଚ୍ୟାଲେଞ୍ଜକୁ ଦେଖି ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ ଯୋଜନା କରାଯାଇଥିଲା। ସେହି ଅନୁସାରେ ଇସ୍ତଫା ଦିଆଯାଇଛି। ତେବେ ନୂଆ କ୍ୟାବିନେଟ୍ରେ ୫-୬ ମନ୍ତ୍ରୀଙ୍କୁ ନିଜ ସ୍ଥାନ ବଜାଇ ରଖିବେ। ଏମାନଙ୍କର ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ପଠା ଯାଇ ନାହିଁ। ବାକି ବିଭାଗଗୁଡ଼ିକରେ ନୂଆ ମନ୍ତ୍ରୀ ନିଯୁକ୍ତ କରାଯାଇପାରେ। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ପଟେଲ ଆଜି ରାତିରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଆନୁଷ୍ଠାନିକ ଭାବରେ ଇସ୍ତଫାପତ୍ର ଦାଖଲ କରିବେ |
