ଏଣିକି ଓଡିଶାରେ ଚାଲିବ ଗୋଟିଏ ବୋର୍ଡ। ବିଏସ୍‌ଇ ଓ ସିଏଚ୍‌ଏସ୍‌ଇ ମିଶ୍ରଣକୁ ମିଳିଲାଅନୁମୋଦନ

ଏଣିକି ଓଡିଶାରେ ଚାଲିବ ଗୋଟିଏ ବୋର୍ଡ। ବିଏସ୍‌ଇ ଓ ସିଏଚ୍‌ଏସ୍‌ଇ ମିଶ୍ରଣକୁ ମିଳିଲା ଅନୁମୋଦନ। ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡ ରଖାଯିବ। କେବଳ ଏତିକି ନୁହେଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ଦିଆଯାଉଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଦିଆଯାଉଥିଲା। କିନ୍ତୁ ଏବେ ସମସ୍ତ ବର୍ଗର ପିଲାଙ୍କୁ ଦଶମ ଶ୍ରେଣୀ ଯାଏ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଏନ୍‌ସିଇଆର୍‌ଟି ଢାଞ୍ଚାରେ ଏସ୍‌ସିଇଆର୍‌ଟିକୁ ବିକଶିକ କରାଯିବ। ପାଠ୍ୟପୁସ୍ତକ ପ୍ରକାଶନ ନିର୍ଦ୍ଦେଶାଳୟ ସଂସ୍ଥାର ସୃଦୃଢ଼ୀକରଣ ହେବ।