ଏନବିଡବ୍ଲୁ ମାମଲାରେ ହାଜରହେଲେ ଅନୁଭବ ମହାନ୍ତି ।

ଏନବିଡବ୍ଲୁ ମାମଲାରେ ହାଜରହେଲେ ଅନୁଭବ ମହାନ୍ତି । ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି ଅନଭବ । ଆଉ ୨ ସହଯୋଗୀଙ୍କ ନାଁରେ ବି ଚାର୍ଜଫ୍ରେମ୍ ହେଲା । ଘରୋଇ ହିଂସା ଅଭିଯୋଗରେ ଚାର୍ଜଫ୍ରେମ୍ ହେଲା । ଏହି ମାମଲାକୁ ନେଇ ପୂର୍ବରୁ ଏନ୍‌ବିଡବ୍ଲୁ ଜାରି ହୋଇଥିଲା ।

କୋର୍ଟରେ ହାଜର ନହେଉଥିବା କାରଣରୁ ଏନ୍‌ବିଡବ୍ଲୁ ଜାରି ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅନୁଭବ ଗୁରୁବାର କୋର୍ଟରେ ହାଜର ହୋଇଛନ୍ତି । ପୁରୀ ଘାଟ ଥାନା ମାମଲାରେ ଚାର୍ଜଫ୍ରେମ ସୂଚନା । ବର୍ଷା ପ୍ରିୟଦର୍ଶୀନିଙ୍କ ଏତଲା ଆଧାରରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା ।ତେବେ ଅନୁଭବ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସମସ୍ତ ଅଭିଯୋଗ ଭିତ୍ତିହୀନ ।