ଏନ୍ଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ନିର୍ବାଚିତ
ଜାତୀୟ ଗଣତନ୍ତ୍ରିକ ମେଣ୍ଟ (ଏନଡିଏ) ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ଖାଲିଥିଲା । ଆଜି ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନଙ୍କୁ ୪୫୨ଟି ଓ ବିପକ୍ଷ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଜଷ୍ଟିସ ସୁଦର୍ଶନ ରେଡ୍ଡିଙ୍କୁ ୩୦୦ଟି ପ୍ରଥମ ପସନ୍ଦ ଭୋଟ ମିଳିଥିଲା । ଭୋଟ ଗଣତି ପରେ ରାଜ୍ୟସଭାରେ ମହାସଚିବ ପିସି ମୋଦୀ ଫଳାଫଳ ଘୋଷଣା କରିଥିଲେ । ତଦାନ ସରିବା ପରେ, କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଥିଲେ ଯେ ଶ୍ରୀ ରେଡ୍ଡି ୩୧୫ ଭୋଟ ପାଇବେ। ହେଲେ ରେଡ୍ଡିଙ୍କୁ ଏଥିରୁ ମାତ୍ର ୧୫ ଖଣ୍ଡ ଭୋଟ କମ ମିଳିଛି। ଏହି ପରାଜୟ ପରେ, ରେଡ୍ଡୀ ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ସେ ଫଳାଫଳକୁ “ବିନମ୍ରତାର ସହିତ ଗ୍ରହଣ କରୁଛି।” ଏତିସହିତ ସେ ରାଧାକୃଷ୍ଣନଙ୍କୁ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଥିବାରୁ ତାଙ୍କୁ ବହୁତ ବହୁତ ଶୁଭକାମନା ଜଣାଇଛନ୍ତି।
