ଏବେ ଆକାଶରେ ଉଡ଼ିବ ଆଉ ୩ ନୂଆ ଏୟାରଲାଇନ୍ସର ବିମାନ

ଇଣ୍ଡିଗୋ ବିଭ୍ରାଟ ପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ଦେଶରେ ଉଡ଼ିବ ଆଉ ୩ ନୂଆ ଏୟାରଲାଇନ୍ସ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଶଙ୍ଖ ଏୟାର, ଅଲ୍ ହିନ୍ଦ୍ ଏୟାର ଓ ଏବଂ ଫ୍ଲାଏ ଏକ୍ସପ୍ରେସ୍ ଅନୁମତି ମିଳିଛି । ଏହା ଦ୍ବାରା ଯାତ୍ରୀଙ୍କ ପାଖରେ ବିକଳ୍ପ ବଢିବା ସହିତ ବିମାନ ସେବାରେ ପ୍ରତିଦ୍ବନ୍ଦ୍ବିତା ମଧ୍ୟ ସୃଷ୍ଟି ହେବ। ଗତ ସପ୍ତାହରେ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏହି ୩ ଏୟାରଲାଇନ୍ସ ଦଳ ସହ ସାକ୍ଷାତ କରିଥିଲେ। ଶଙ୍ଖ ଏୟାରକୁ ପୂର୍ବରୁ ଏନଓସି ମିଳିସାରିଥିଲା। ତେବେ ହିନ୍ଦ ଏୟାର ଓ ଫ୍ଲାଇଏକ୍ସପ୍ରେସକୁ ଚଳିତ ସପ୍ତାହରେ ଅନୁମତି ପ୍ରଦାନ କରାଯାଇଛି। ଏବେ ଏହି କମ୍ପାନୀମାନେ ଆଗାମୀ କିଛି ପ୍ରକ୍ରିୟା ପୂରା କରିବା ପରେ ବ୍ୟାବସାୟିକ ଉଡାଣ ପାଇଁ ପ୍ରସ୍ତୁତ ହୋଇପାରିବେ।