ଏବେ ଆମାଜନ ଓ ଶ୍ରୀପ୍ରସାଦ ନାମକ ୱେବସାଇଟ୍‌ରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ

ଯାହା କଲେ ବି ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ବନ୍ଦ ହେଉନାହିଁ । ଏବେ ଆମାଜନ ଓ ଶ୍ରୀପ୍ରସାଦ ନାମକ ୱେବସାଇଟ୍‌ରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ ବାହାରିଛି । ଆମାଜନ୍‌ରେ କ୍ରିଷ୍ଟାଲ ଭିଜନ ନାମକ ସେଲର ତରଫରୁ ଏହି ଭୋଗ ଯୋଗାଇ ଦିଆଯାଉଛି । ସେପଟେ ଶ୍ରୀପ୍ରସାଦ ନାମକ ୱେବ୍‌ସାଇଟରେ ରହିଛି ମହାପ୍ରଭୁଙ୍କ ଅବଢ଼ା ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ । ଶ୍ରୀମନ୍ଦିର ରୋଷ ଘରୁ ସିଧାସଳଖ ଆଣି ମହାପ୍ରସାଦ ଯୋଗାଇଦେବା ନେଇ ବିଜ୍ଞାପନ ଦିଆଯାଇଛି । ୩୫୦୦ ଟଙ୍କାରେ ୩ ପ୍ରକାର ଭୋଗ । ୨୫୦୦ ଟଙ୍କାରେ ୨ ପ୍ରକାର ଭୋଗ । ୧୫୦୦ ଟଙ୍କାରେ ଗୋଟିଏ ପ୍ରକାର ଭୋଗ ଦେବା ନେଇ ଅନଲାଇନ୍‌ ସାଇଟ୍‌ରେ ଅପ୍‌ସନ୍‌ ରହିଛି ।ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ବାରମ୍ଵାର ଭାଇରାଲ୍ ହେବା ପରେ ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଉଦବେଗ ପ୍ରକାଶ ପାଇଛି । ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।