ଏବେ ଘରେ ଘରେ ଥଣ୍ଡା ଜ୍ୱର, କାଶ । ମନଇଚ୍ଛା ଔଷଧ ନଖାଇବାକୁ ପରାମର୍ଶ
କିଛି ଦିନ ହେଲାଣି ରାଜ୍ୟରେ ଶୀତଲହାରୀ ଅନୁଭବ ହେବାରେ ଲାଗିଛି । ଏପରିକି ସକାଳୁ ରାତି ପର୍ଯ୍ୟନ୍ତ ଶୀତୁଆ ଶୀତୁଆ ଅନୁଭବ ହେଉଛି ।ଏହି ସମୟରେ ଥଣ୍ଡା ଜନିତ ରୋଗ ଅଧିକ ହୋଇଥାଏ । ଛୋଟ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଥଣ୍ଡା ଜ୍ୱର ହେବା ସହିତ କାଶ ମଧ୍ୟ ଅନୁଭବ ହୋଇଥାଏ ।ଯଦି ଏଭଳି କିଛି ଦେଖାଯାଉଛି ତେବେ ତୁଳସୀପତ୍ର, ମହୁ ଆଦି ଛୋଟ ପିଲାଙ୍କୁ ଦେଇପାରିବେ । ଡାକ୍ତରଙ୍କ ପରାମର୍ଶ ନେଇ ପରୀକ୍ଷା ମଧ୍ୟ କରିପାରିବେ , ନାକରେ ଭଲ ଡ୍ରପ୍ ପକାଇ ପାରିବେ । ଏହା ସହିତ ଯଦି ପିଲାଙ୍କୁ ଜ୍ୱର ହେଉଛି ବା ଧଇଁସଇଁ ହେଉଛି, ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ପିଲାଙ୍କୁ ଯେତେବେଳେ ଥଣ୍ଡା ହେଉଛି, ସେହି ସମୟରେ ମନଇଚ୍ଛା ମେଡ଼ିସିନ ଦୋକାନକୁ ଯାଇ କୌଣସି କାହା କଥାରେ ଔଷଧ ଆଣିବା ଅନୁଚିତ । ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଛୋଟ ପିଲାଙ୍କୁ ଦେବା ଆବଶ୍ୟକ । ପିଲାଙ୍କୁ ଥଣ୍ଡା ହୋଇ ଛାତିରେ କଫ ଜମି ରହିଥାଏ । ଯାହାଫଳରେ ପିଲାଟିକୁ ଜ୍ୱର ହେବା ସହିତ ସବୁବେଳେ ନିଶତେଜ ଦେଖାଯିବ । ପିଲାଟିର ଖାଇବା କମିବ । ପିଲାଟି ଚିଡଚିଡା ହେବ ଭଳି ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏହା ସହିତ ପଡୋଶୀ କିମ୍ବା ଗୁଗୁଲରୁ ଦେଖି କୌଣସି ମେଡ଼ିସିନ ପିଲାଙ୍କୁ କୌଣସି ବିନା ଡାକ୍ତରଙ୍କ ପରାମର୍ଶରେ ଦିଅନ୍ତୁ ନାହିଁ ।
Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।
