ଏବେ ଦୁର୍ଗାପୂଜା ମଣ୍ଡପରେ ଟ୍ରମ୍ପଙ୍କୁ ଅସୁର ଭାବେ ଦର୍ଶାଇଛନ୍ତି କିଛି ମଣ୍ଡପ
ଭାରତ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାକ୍ଷସ ସଦୃଶ। ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଟ୍ରମ୍ପଙ୍କୁ ନେଇ ସବୁଠି ଏଭଳି ଚର୍ଚ୍ଚା। ଏବେ ଦୁର୍ଗାପୂଜା ମଣ୍ଡପରେ ବି ଏହାର ଝଲକ ଦେଖିବାକୁ ମିଳିଛି। ଟ୍ରମ୍ପଙ୍କୁ ଅସୁର ଭାବେ ଦର୍ଶାଇଛନ୍ତି କିଛି ମଣ୍ଡପ।ଯେଉଁଥିରେ ମହିଷାସୁର ମେଢ ଭାବେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକୃତିରେ ପ୍ରତିମୁର୍ତ୍ତୀ ତିଆରି କରାଯାଇଛି। ଏହା ଭାରତ ଉପରେ ଲଦାଯାଇଥିବା ୫୦% ଟ୍ରେଡ୍ ଟ୍ୟାରିଫ୍ ବିରୋଧରେ ଏକ ସାଂସ୍କୃତିକ ପ୍ରତିବାଦ ଭାବେ ଦେଖାଯାଉଛି।
ଖଗରା କ୍ରେମେଟୋରିୟମ୍ ଘାଟ୍ ଦୁର୍ଗା ପୂଜା କମିଟି ଦ୍ୱାରା ନିର୍ମିତ ଏହି ପ୍ରତିମାଟିକୁ କଳାକାର ଅସିମ ପାଲ ତିଆରି କରିଛନ୍ତି। ଯେଉଁଥିରେ ଟ୍ରମ୍ପଙ୍କ ଦୋମୁହାଁ ନିତିକୁ ଚିତ୍ରଣ କରାଯାଇଛି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସତ୍ତ୍ୱେ ଭାରତ ପ୍ରତି ତାଙ୍କ ମନରେ ଥିବା ବିଶ୍ୱାସଘାତକତାକୁ ପ୍ରତୀକାତ୍ମକ ଭାବେ ଉପସ୍ଥାପନ କରୁଛି।ପୂର୍ବରୁ ୨୦୧୮ ମସିହାରେ ତେଲଙ୍ଗାନାର ଜଣେ କୃଷକ ଉଭୟ ଦେଶମଧ୍ୟରେ ଭଲ ସମ୍ପର୍କ ସୃଷ୍ଟି କରିବା ପାଇଁ ଟ୍ରମ୍ପଙ୍କ ନାମରେ ଏକ ମନ୍ଦିର ନିର୍ମାଣ କରିଥିଲେ। ଯାହା ଭାରତୀୟ ସାଂସ୍କୃତିକ ପ୍ରସଙ୍ଗରେ ଟ୍ରମ୍ପଙ୍କ ଚରିତ୍ରରର ଅନ୍ୟ ଏକ ଉଦାହରଣ। ତେବେ ଟ୍ରମ୍ପଙ୍କ ଟାରିଫ୍ ମାଡ, H1-B ଭିସା ରଦ୍ଦ ଓ ଅନ୍ୟ ଭାରତ ବିରୋଧି ମନ୍ତବ୍ୟ ପାଇଁ ଭାରତୀୟ ଜନତାମାନେ ଏବେ ଟ୍ରମ୍ପଙ୍କୁ ବିରୋଧ କରିବା ଆରକମ୍ଭ କରିଦେଇଛନ୍ତି।
