ଏବେ ପୁଣି ବଦଳିବ ଆପଣଙ୍କ ଆଧାର, ରହିବ କେବଳ ଫଟୋ ଓ QR

ଆଜିକାଲି ଆଧାର କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆପଣ ଜାଣିଥିବେ। ପରି ଏକ ଅତ୍ୟାବଶ୍ୟକୀୟ ଡକ୍ୟୁମେଣ୍ଟର ଅପବ୍ୟବହାର ହେବାର ବିପଦ ଥାଏ। ଏହି ବିପଦକୁ ଆଶଙ୍କା କରି, ସରକାର ପୁଣି ଥରେ ଆଧାରକୁ ଅଧିକ ସୁରକ୍ଷିତ କରିବା ପାଇଁ ପରିବର୍ତ୍ତନ ଘୋଷଣା କରିଛନ୍ତି। ଆସିବାକୁ ଥିବା ନୂଆ ଆଧାର କାର୍ଡରେ କେବଳ ଆପଣଙ୍କ ଫଟୋ ଓ ଏକ କ୍ୟୁଆର ରହିବ।ଥିରେ ପୂର୍ବ ଭଳି ଲିଖିତ ଆପଣଙ୍କ ନାମ, ଠିକଣା ଓ ଆଧାରକାର୍ଡ ନମ୍ବର ହଟାଇ ଦିଆଯିବ। ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଲୋକଙ୍କ ସମ୍ପର୍କିତ ସୂଚନାର ଦୂରୁପଯୋଗ ରୋକିବା ପାଇଁ ଓ ଅଫଲାଇନ ଭେରିଫିକେସନକୁ ହତୋତ୍ସାହିତ କରିବା ପାଇଁ କାର୍ଡଧାରୀଙ୍କ ଫଟୋ ଓ କ୍ୟୁଆର କୋଡ ସହିତ ଆଧାରକାର୍ଡ ଜାରି କରିବାକୁ ବିଚାର କରୁଛନ୍ତି। ଆଧାର ଉପରେ ଆୟୋଜିତ ଏକ ସମ୍ମିଳନୀରେ ୟୁଆଇଡିଏଆଇ ମୁଖ୍ୟକାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭୁବନେଶ କୁମାର କହିଛନ୍ତି ଯେ ପ୍ରାଧିକରଣ ଡିସେମ୍ବରରେ ଏକ ନୂଆ ନିୟମ ଆଣିବା ପାଇଁ ବିଚାର କରୁଛନ୍ତି।ଆଧାର ଅଧିନିୟମ ଅନୁସାରେ କୌଣସି ବ୍ୟକ୍ତିଙ୍କ ଆଧାର ନମ୍ବର ଅଥବା ବାୟୋମେଟ୍ରିକ ସୂଚନା ଅଫଲାଇନ ଭେରିଫିକେସନ ନିମନ୍ତେ ଏକତ୍ର, ଉପଯୋଗ ଅଥବା ସଂଗୃହୀତ କରାଯାଇ ପାରିବ ନାହିଁ। ଏହା ସତ୍ତ୍ୱେ କେତେକ ସଂସ୍ଥା ଆଧାର କାର୍ଡର ଫଟୋ କପି ଏକତ୍ର କରି ଷ୍ଟୋର ମଧ୍ୟ କରୁଛନ୍ତି। ଏଣୁ ଏପରି ଆଧାରର ଠକେଇ ଅଥବ ଭୁଲ ପ୍ରୟୋଗର ସମ୍ଭାବନା ରହୁଛି। ଏଣୁ ଏଥିରୁ ବର୍ତ୍ତିବା ପାଇଁ ଆଧାରର ସମସ୍ତ ସୂଚନା ଏବେ ଗୋପନୀୟ କରିବାକୁ ଯୋଜନା କରାଯାଉଛି। ଏହା ଦ୍ୱାରା ଅଫଲାଇନ ଭେରିଫିକେସନ ଉପରେ ରୋକ ଲାଗିବା ସହିତ ଲୋକଙ୍କ ସୂଚନାର ତ୍ରୁଟିପୂର୍ଣ୍ଣ ଉପଯୋଗକୁ ରୋକା ଯାଇ ପାରିବ।