ଏବେ ଫିଲ୍ମ ହନୁମାନ 3Dରେ ହେବ ରିଲିଜ୍‌

ପ୍ରଶାନ୍ତ ଭର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ହନୁମାନ । ଏହା ରିଲିଜ୍ ହେବା ଦିନ ଠାରୁ ଇତିହାସ ସୃଷ୍ଟି କରିଥିଲା। ନିର୍ମାତା ଏହି ଫିଲ୍ମରେ ନୂଆ ଅଭିନେତାମାନଙ୍କୁ କାଷ୍ଟ କରିଥିଲେ। ହେଲେ ବକ୍ସ ଅଫିସରେ ଏହା ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଫିଲ୍ମଟି ସୁପରଷ୍ଟାର ପ୍ରଭାସଙ୍କୁ ପଛରେ ପକାଇଥିବା ବେଳେ ଏବେ ବଡ଼ ଅପ୍‌ଡେଟ୍‌ ଆସିଛି।

ଖବର ଅନୁଯାୟୀ, ତେଜା ସଜାଙ୍କ ହନୁମାନ ଲୋକଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ବର୍ତ୍ତମାନ ନିର୍ମାତାମାନେ ଏହାର 3D ଭର୍ସନ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମଟି ଟଲିଉଡ୍‌ର ସବୁଠାରୁ ଅଧିକ ଟଙ୍କା ରୋଜଗାର କରିଥିବା ଫିଲ୍ମ ତାଲିକାରେ ୮ ନମ୍ବର ସ୍ଥାନରେ ରହିଛି। ତେବେ ୩ଡି ଭର୍ସନ ଲାଗି ଏଯାବତ ଆଧିକାରୀକ ଘୋଷଣା କରାଯାଇ ନ ଥିଲେ ହେଁ ଖୁବ୍‌ଶୀଘ୍ର ଘୋଷଣା କରାଯାଇପାରେ।

Leave a comment