ଏଭରେଷ୍ଟ ବେସ୍‌ କ୍ୟାମ୍ପ ଆରୋହଣ କଲେ ଓଡ଼ିଆ ଝିଅ ମମତା

ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ବେସ କ୍ୟାମ୍ପ ଆରୋହଣ କରିଛନ୍ତି ଓଡିଶାର ଜଣେ ମହିଳା। ସେ ହେଉଛନ୍ତି ମମତା ରାଉତ ଯିଏ ଜଣେ ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କରେ ସିନିୟର ସପ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି | ସେ ଶୀତକାଳୀନ ଛୁଟିରେ ଏଭରେଷ୍ଟ ବେସ୍‌ କ୍ୟାମ୍ପ ଆରୋହଣ କରିବାକୁ ନିଷ୍ପତ୍ତି ନେଇଥିଲେ।ବିନା ପ୍ରଶିକ୍ଷଣରେ ସେ ଏଭଳି ଏକ ଦୁଃସାହାସିକ କାର୍ଯ୍ୟ କରିବା ପାଇଁ ବାହାରି ଥିଲେ। ସେ ହିମାଳୟ ଓଣ୍ଡର ସଂସ୍ଥା ପକ୍ଷରୁ ଡିସେମ୍ବର ୨୫ ତାରିଖରେ ଏଭରେଷ୍ଟ ଵେସ କ୍ୟାମ୍ପ ଆରୋହଣ କରିଥିଲେ।

୫ ହଜାର ୩୬୪ ମିଟର ଉଚ୍ଚ ଏଭରେଷ୍ଟ ବେସ କ୍ୟାମ୍ପ ଓ ୫୫୫୦ ମିଟର କଳାପଥରରେ ଜାନୁଆରୀ ୧ ତାରିଖରେ ପହଞ୍ଚି ଥିଲେ। ଜାନୁଆରୀ ୫ ତାରିଖରେ ଏଭରେଷ୍ଟ ପାଦ ଦେଶରେ ପହଞ୍ଚି ଯାଇଥିଲେ।ଯାଜପୁର ଜିଲା ଧର୍ମଶାଳା ପଟୁଣିଆ ଗ୍ରାମର ମୂଳ ବାସିନ୍ଦା ମମତା ଏବେ ଭୁବନେଶ୍ବର ଜଗନ୍ନାଥ ବିହାର ଅଞ୍ଚଳରେ ମମତା ରାଉତ ରହୁଛନ୍ତି। ସେ କୌଣସି ପେଷାଗତ ଦୁଃସାହସିକ କ୍ରୀଡ଼ାବିତ୍‌ ନୁହଁନ୍ତି। ସ୍ବାମୀ ସମରେଶ ଲେଙ୍କା ଓ ଦୁଇ ପୁଅଙ୍କୁ ନେଇ ମମତାଙ୍କ ପରିବାର।ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲ ରୁ ପ୍ରଂଶସା ର ସୁଅ ଛୁଟୁଛି।