‘ଏମରଜେନ୍ସି’ର ରିଲିଜ ଡେଟ ଘୋଷଣା ରେ ପରିବର୍ତ୍ତନ,ରିଲିଜ୍‌ ହେଲା

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏର୍ମଜନ୍ସି’ ପାଇଁ ଚର୍ଚ୍ଚାରେ ଅଛନ୍ତି। କିଛି ସମୟ ପୂର୍ବରୁ ଫିଲ୍ମର ରିଲିଜ ଡେଟ୍‌କୁ ଏହାକୁ ସ୍ଥଗିତ ରଖାଯାଇଥିଲା। ‘ଏମରଜେନ୍ସି’ ଚଳିତ ବର୍ଷ ଜୁନରେ ପ୍ରେକ୍ଷାଳୟକୁ ଆସିବ। ଏହା ସହିତ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଫିଲ୍ମର ସର୍ବଶେଷ ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଦେଖିବାକୁ ମିଳିଛି।କଙ୍ଗନା ରାନାୱତ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ନୂଆ ପୋଷ୍ଟରର ଝଲକ ଦେଖାଇଛନ୍ତି ଯେଉଁଥିରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି।

ଫିଲ୍ମର ପୋଷ୍ଟର ଶେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, ଭାରତର ଅନ୍ଧକାର ସମୟର କାହାଣୀ ଖୁଲାସା ହେବାକୁ ଯାଉଛି। ଯେଉଁଥିରେ ସେ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ଜୁନ ୧୪, ୨୦୨୪ରେ ପ୍ରେକ୍ଷାଳୟରେ ଏହି ମୁଭି ମୁକ୍ତିଲାଭ କରିବ। ଏହି ଇତିହାସର ସାକ୍ଷୀ ହୁଅନ୍ତୁ କାରଣ ସବୁଠାରୁ ଆକ୍ରମଣାତ୍ମକ ପ୍ରଧାନମନ୍ତ୍ରୀ ପ୍ରେକ୍ଷାଳୟରେ ଗର୍ଜିିବାକୁ ପ୍ରସ୍ତୁତ।