ଏମ୍‌ସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ଦୁର୍ବୃତ୍ତ

ଭୁବନେଶ୍ୱର ସରକାନ୍ତରାରେ ଏମ୍ସରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଖବର ମିଳିଛି । ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାଯାଇଛି। ସ୍କୁଟିରେ ଦୁର୍ବୃତ୍ତ ଆସି ଗୁଳି ମାରିଛି । ସୂଚନା ଥାଉକି, ଭୁବନେଶ୍ବର ଏମ୍‌ସ କର୍ମଚାରୀଙ୍କୁ ଗୁଳି ମାଡ଼ କରିଛନ୍ତି ଦୁର୍ବୃତ୍ତ । ରଣସିଂହପୁରରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଡ୍ୟୁଟିକୁ ଆସିବାବେଳେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତଙ୍କ ୩ ରାଉଣ୍ଡ ଗୁଳିମାଡ଼ । ସେ ଗୁରୁତର ଆହତ ହୋଇ ଗୁରୁତର ଅବସ୍ଥାରେ AIIMSରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ସୂଚନା ରହିଛି। ଏଣେ ଏହି ଘଟଣାରେ ସୁଧାଂଶୁଙ୍କ ଭାଇ ଆଉ ଜଣଙ୍କୁ ସନ୍ଦେହ କରି ବର୍ତ୍ତମାନ ଖଣ୍ଡାରେ ଆକ୍ରମଣ କରିଥିବା ସୂଚନା ମିଳିଛି।