ଏସିୟା ମହାଦେଶରେ ପ୍ରଥମ ମହିଳା ବିଚାରପତି ଫାତିମା ବିୱି |୯୬ ବର୍ଷ ବୟସରେ ଦେହାନ୍ତ

ସୁପ୍ରିମକୋର୍ଟର ପ୍ରଥମ ମହିଳା ଜଜ୍ ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଫାତିମା ବିୱିଙ୍କର ଗୁରୁବାର କେରଳରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଫାତିମା ପ୍ରଥମ ମୁସଲମାନ ମହିଳା ବିଚାରପତି ଯିଏକି କୌଣସି ଉଚ୍ଚ ନ୍ୟାୟପାଳିକାରେ ନିଯୁକ୍ତ ହୋଇଥିଲେ। ଏପ୍ରିଲ୍ ୨୯, ୧୯୯୨ ରେ ଅବସର ନେବା ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ରହିଥିଲେ।ଫାତିମା ବିୱି ତାଙ୍କର ଦୀର୍ଘ କ୍ୟାରିୟରରେ ଦେଶରେ ମହିଳାଙ୍କ ନିମନ୍ତେ ଆଦର୍ଶ ପାଲଟିଥିଲେ। ସେ ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଭବେ ମଧ୍ୟ ରାଜନୀତିରେ ଛାପ ଛାଡିଛନ୍ତି। ସୁପ୍ରିମକୋର୍ଟ ଜଜ୍ ଭାବେ ଅବସର ନେବା ପରେ ସେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି ତାମିଲନାଡୁ ରାଜ୍ୟପାଳ ହୋଇପାରିଥିଲେ।ଅବସର ନେବା ପରେ ସେ ଜାତୀୟ ମାନବାଧିକାର କମିଶନ ଭାବେ ଦାୟିତ୍ୱ ନେଇଥିଲେ। ପରେ ସେ ତାମିଲନାଡୁର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ।

ତେବେ ଜାନୁୟାରୀ ୨୬, ୧୯୫୦ ରେ ଆରମ୍ଭ ହୋଇଥିବା ସୁପ୍ରିମକୋର୍ଟରେ ଆରମ୍ଭରୁ ବହୁତ କମ୍ ମହିଳା ବିଚାରପତି ନିଯୁକ୍ତ ହୋଇଥିଲେ ଏବଂ ୭୧ ବର୍ଷରୁ ଅଧିକ ସମୟ ମଧ୍ୟରେ ୧୯୮୯ ମସିହାରେ ଏମ. ଫାତିମା ବିବିଙ୍କ ଠାରୁ ଆରମ୍ଭ କରି କେବଳ ଆଠଜଣ ମହିଳା ବିଚାରପତି ନିଯୁକ୍ତ ହୋଇଛନ୍ତି।କେରଳ ପଣ୍ଡାଲମର ବାସିନ୍ଦା ଫାତିମା ବିୱି ପଥାନାମଥିଟ୍ଟା କ୍ୟୋଥିଲିକେଟ୍ ହାଇସ୍କଲରୁ ତାଙ୍କ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ତିରୁଅନନ୍ତପୁରମ କଲେଜରୁ ବିଏସସି ଡିଗ୍ରି ହାସଲ କରିଥିଲେ। ପରେ ସେ ସରକାରୀ ଆଇନ ମହାବିଦ୍ୟାଳୟରୁ ବ୍ୟାଚଲର ଅଫ ଲ ଉତୀର୍ଣ୍ଣ ହୋଇ ୧୪ ନଭେମ୍ବର ୧୯୫୦ରେ ଜଣେ ଓକିଲ ଭାବେ ଓକିଲାତି ପ୍ରାକ୍ଟିସ୍ ଆରମ୍ଭ କରିଥିଲେ। କୌଣସି ଉଚ୍ଚ ନ୍ୟାୟପାଳିକାରେ ନିଯୁକ୍ତ ହେବାରେ ସେ ପ୍ରଥମ ମୁସଲମାନ ମହିଳା ବିଚାରପତି ଥିଲେ। ୧୯୫୦ ମସିହାରେ, ସେ ବାର୍ କାଉନସିଲ୍ ପରୀକ୍ଷାରେ ଶୀର୍ଷରେ ରହି ବାର୍ କାଉନସିଲ୍ ସ୍ୱର୍ଣ୍ଣ ପଦକ ପାଇଥିବା ପ୍ରଥମ ମହିଳା ହୋଇଥିଲେ। କେରଳରେ ଆଡଭୋକେଟ୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ୧୯୭୪ ମସିହାରେ ଜିଲା ତଥା ସେସନ କୋର୍ଟ ବିଚାରପତି ହେବା ପାଇଁ କାର୍ୟ୍ୟ କରିଥିଲେ। ୧୯୮୦ ମସିହାରେ ସେ ଆୟକର ଆବେଦନ ଟ୍ରିବ୍ୟୁନାଲରେ ଯୋଗ ଦେଇଥିଲେ ଏବଂ ୧୯୮୩ ରେ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ୧୯୮୯ ରେ, ସେ ସୁପ୍ରିମକୋର୍ଟରେ ନିଯୁକ୍ତ ପ୍ରଥମ ମହିଳା ହୋଇ ଇତିହାସ ସୃଷ୍ଟି କରିଥିଲେ, ଯେଉଁଠି ଏପ୍ରିଲ୍ ୨୯, ୧୯୯୨ ରେ ଅବସର ନେବା ପର୍ଯ୍ୟନ୍ତ ସେ ରହିଥଲେ।ଏହା ସହ ସେ ଏସିୟା ମହାଦେଶରେ କୌଣସି ଦେଶର ମହିଳା ବିଚାରପତି ନିଯୁକ୍ତ ହେବାରେ ସେ ପ୍ରଥମ ଥିଲେ।