ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ଅଧିକ ତଦନ୍ତ ଲାଗି ବ୍ରହ୍ମପୁରରେ ପହଞ୍ଚିଲା CBI ଟିମ୍
ହ୍ମପୁରରେ ପହଞ୍ଚିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍ବି) ଦ୍ବାରା ପରିଚାଳିତ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ଅଧିକ ତଦନ୍ତ ଲାଗି ବ୍ରହ୍ମପୁରରେ ପହଞ୍ଚିଛି। ଆଜି ଠାରୁ ଏସ୍ଆଇ କେଳେଙ୍କାରୀରେ ଘାଣ୍ଟିବ ଜାତୀୟ ତଦନ୍ତକାରୀ ସଂସ୍ଥା । ବ୍ରହ୍ମପୁର ଜେଲ୍ରେ ଅଭିଯୁକ୍ତଙ୍କୁ କରାଯିବ ଜେରା, ରିମାଣ୍ଡରେ ନେଇ କରିପାରେ ଅଧିକ ତନାଘନା । ଅଧିକ ଖୋଲତାଡ଼ ହେବା ପରେ ସବୁ ସତ ସାମ୍ନାକୁ ଆସିବ ।ପୂର୍ବରୁ ଏହି ମାମଲାର ତଦନ୍ତ କ୍ରାଇମ୍ବ୍ରାଞ୍ଚ କରୁଥିବା ବେଳେ ଆଗକୁ ମାମଲା ସିବିଆଇ ହାତକୁ ଯିବ। ଏନେଇ ଆଜି କେନ୍ଦ୍ର କାର୍ମିକ, ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏସ୍ଆଇ ପରୀକ୍ଷା କେଳେଙ୍କାରୀର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୨ ତାରିଖରେ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ କେନ୍ଦ୍ର ଅନୁମୋଦନ କରିଛି। ସିବିଆଇ ତଦନ୍ତକୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ପରେ ଏବେ ବିଭିନ୍ନ ମହଲରେ ଛନକା ପଶିଛି।ତେବେ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଶଙ୍କରକୁ ଉତ୍ତରାଖଣ୍ଡରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଅପରାଧିକ ପୃଷ୍ଠା ଭୂମି ରହିଛି । ସେ ଦିଲ୍ଲୀରେ ରହି ରିମୋଟ କଂଟ୍ରୋଲ କରୁଥିଲା । ପରୀକ୍ଷା ଦୁର୍ନୀତି ଧରାପଡ଼ିବା ପରେ ସେ ଫେରାର ହୋଇଯାଇଥିଲେ । ତାକୁ ଧରିବାକୁ ଉଦ୍ୟମ ଚଳାଇଥିବା କ୍ରାଇମବ୍ରାଞ୍ଚ ଶେଷରେ ସଫଳ ହୋଇଥିଲା । ଏହି କେଳେଙ୍କାରୀରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଟଙ୍କା କାରବାର କିପରି ହୋଇଛି ଏବଂ ଏହାର ଚେର କେତେଦୂର ଲମ୍ବିଛି, ତାହା ଜାଣିବାକୁ କ୍ରାଇମ୍ବ୍ରାଞ୍ଚ ଚେଷ୍ଟା କରୁଛି । ମିଛ ଧରା ପରୀକ୍ଷା ପରେ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି ।
