ଏସ୍ଆଇ ସ୍କାମ୍: ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ୍
ଏସ୍ଆଇ ପରୀକ୍ଷା ସ୍କାମ୍ରେ ଆସିଲା ବଡ ଅପଡେଟ୍ । ଗିରଫ ୧୧୪ ଏସ୍ଆଇ ପରୀକ୍ଷାର୍ଥୀଙ୍କୁ ଜାମିନ୍ ମିଳିଯାଇଛି । ୫୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ମୁଚାଲିକାରେ ମିଳିଲା ଜାମିନ୍ । ପରୀକ୍ଷାର୍ଥୀଙ୍କୁ ଜାମିନ୍ ପ୍ରଦାନ କଲେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ ଓଡ଼ିଶାରୁ ବିଜୟୱାଡା ଯିବାବେଳେ ସମସ୍ତଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ । ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତିଙ୍କ ସମେତ ୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା ରହିଛି

 
			