ଏସ୍‌ସିବି ମେଡିକାଲ କଲେଜରେ ପ୍ରଥମ ସଫଳ ଲିଭର ପ୍ରତିରୋପଣ ।

ଏସ୍‌ସିବି ମେଡିକାଲ କଲେଜରେ ପ୍ରଥମ ସଫଳ ଲିଭର ପ୍ରତିରୋପଣ । ତିଗିରିଆର ମାନସ ବାରିକ ନାମକ ଜଣେ ବ୍ୟକ୍ତିଙ୍କର ପ୍ରତିରୋପଣ ହୋଇଛି ଲିଭର । ସରକାରୀ ଖର୍ଚ୍ଚରେ ସଂପୂର୍ଣ୍ଣ ହୋଇଛି ଲିଭର ପ୍ରତିରୋପଣ । କଟକ ତିଗିରିଆ ଅଞ୍ଚଳର ଜଣେ ବ୍ୟକ୍ତି ୨ବର୍ଷ ହେଲା ଲିଭର ରୋଗରେ ପୀଡ଼ିତ ଥିଲେ। ଏକ ବର୍ଷ ହେଲା ଏସସିବିରେ ନିୟମିତ ଚିକିତ୍ସା ହେଉଥିଲେ। ତେବେ ତାଙ୍କ ଲିଭର ସମ୍ପୂର୍ଣ ଖରାପ ହୋଇଯାଇଥିବାରୁ ପ୍ରତିରୋପଣ ଆବଶ୍ୟକତା ପଡିଥିଲା।

ଏଥିପାଇଁ ସେ ମାର୍ଚ୍ଚ ମାସରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆସିଆନ ଇନିଷ୍ଟିଚ୍ୟୁଚ ଅଫ ଗ୍ୟାଷ୍ଟ୍ରୋଲୋଜିର ଅଭିଜ୍ଞ ଡାକ୍ତର ଓ ଏସସିବି ଲିଭର ପ୍ରତିରୋପଣର ଟିମ ଅଫ ଡକ୍ଟର ଏପ୍ରିଲ ୩ରେ ଉକ୍ତ ବ୍ୟକ୍ତିଙ୍କ ସଫଳ ଲିଭର ପ୍ରତିରୋପଣ କରିଥିଲେ।ତାଙ୍କ ପତ୍ନୀ ଲିଭର ଦାନ କରିଥିଲେ। ଏବେ ସେ ସୁସ୍ଥ ଅଛନ୍ତି। ଏଣିକି ପ୍ରତି ଗୁରୁବାର ଏସ୍‌ସିବିରେ ଲିଭର ପ୍ରତିରୋପଣ ଓପିଡି ଆରମ୍ଭ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍‌ସିବି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।