ଏହିସବୁ କାମ କଲେ ଲକ୍ଷ୍ମୀ ଛାଡି ଚାଲିଯିବେ ଆଉ ଦୁଃଖ କଷ୍ଟ ମାଡିଆସିବ

ମା ଲକ୍ଷ୍ମୀ ଯାହା ପାଖରେ ଥାନ୍ତି ତାହା ପାଖରେ ଧନ, ଦୌଲତର ଅଭାବ ରହି ନ ଥାଏ। ଯଦି ଲକ୍ଷ୍ମୀ ରାଗି ଯାଆନ୍ତି, ତ ଧନବାନଙ୍କୁ ମଧ୍ୟ କାଙ୍ଗାଳ ହେବାକୁ ବେଶି ସମୟ ଲାଗି ନ ଥାଏ।ଶାସ୍ତ୍ରରେ ଏପରି କିଛି କାର୍ଯ୍ୟ ବିଷୟରେ କୁହାଯାଇଛି, ଯାହାକୁ କରିବା ଦ୍ୱାରା ଧନର ଦେବୀ ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି। ଏମିତିରେ ଆସନ୍ତୁ ଜାଣିବା, ଏମିତି କଣ କାମ ରହିଛି ଯାହା ଦ୍ୱାରା ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ।ଅନେକ ଥର ଲୋକଙ୍କ କଥା ଶୁଣିଥିବେ ଯେ ଆଜି ପୂରା ଦିନ ବହୁତ ଖରାପ ଗଲା। ଅର୍ଥାତ୍‌ ଦିନଟା ସାରା ଗୋଟେ ପରେ ଗୋଟେ ସମସ୍ୟାକୁ ସାମ୍ନା କରୁଛନ୍ତି ହିଁ କରୁଛନ୍ତି। ଏତେ ପରିଶ୍ରମ ପରେ ବି ସକରାତ୍ମକ ଫଳ ମିଳିନଥାଏ।

ସ୍ତ୍ରୀ, ମାଆ, ଝିଅ ବା କୌଣସି ନାରୀକୁ ଅପମାନିତ କରିବା, କଷ୍ଟ ଦେବା ଦ୍ୱାରା ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ। କାରଣ ଏମାନେ ହେଉଛନ୍ତି ମାଆ ଲକ୍ଷ୍ମୀଙ୍କ ପ୍ରତୀକ। ସକାଳୁ ଶୀଘ୍ର ନଉଠି ଡେରି ପର୍ଯ୍ୟନ୍ତ ଶୋଇ ରହିଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ। ଖାସ କରି ଗୁରୁବାର ଦିନ …ସେହିପରି ଖାଦ୍ୟ ନଷ୍ଟ କଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ। ନିଜ ଖାଦ୍ୟରୁ ଗାଈ, କୁକୁର, ପଶୁ ପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ ନକଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ। ମହାପ୍ରସାଦ, ତୁଳସୀ, ଠାକୁରଙ୍କ ଜିନିଷ , ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ପାଦରେ ସ୍ପର୍ଶ କଲେ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ।ଘରେ ଅଇଁଠା ବାସନ ରାତିରେ ପକାଇ ରଖିଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ। ନିଜର ମାଆ, ବାପା, ସ୍ତ୍ରୀଙ୍କୁ ହତାଦର କରିବା ସହିତ ଘରୁ ତଡ଼ିଦେଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ। ଆପଣ ଏଭଳି ଭୁଲ କରନ୍ତୁ ନାହିଁ ,ନଚେତ ଆପଣ ବି ମାତା ଲକ୍ଷ୍ମୀଙ୍କ କୋପର ଶିକାର ହେବେ..