ଏହି ଔଷଧଗୁଡିକ ଆଜିଠାରୁ ହେଲା ମହଙ୍ଗା

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଅର୍ଥନୈତିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟକୁ ଦର୍ଶାଇ ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟିର ଅଧିକାରୀମାନେ WPI ର ତୀବ୍ର ବୃଦ୍ଧି ନିଶ୍ଚିତ କରିଛନ୍ତି। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ୧୦ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ସ୍ଥିର ହୋଇଛି। ଯାହା ଅତ୍ୟାବଶ୍ୟକ ଔଷଧ ପାଇଁ ବାର୍ଷିକ ସର୍ବାଧିକ ମୂଲ୍ୟ ବୃଦ୍ଧି କରିବାକୁ ସରକାର ସ୍ଥିର କରିଛନ୍ତି।

ଏପ୍ରିଲ ୧, ୨୦୨୪ ରୁ ଏହିସବୁ ଔଷଧ ମୂଲ୍ୟ ୧୨% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଔଷଧର ୧୦୦୦ ରୁ ଅଧିକ ଅତ୍ୟାବଶ୍ୟକ ଔଷଧ ମୁଲ୍ୟରେ ମୂଲ୍ୟ ବୃଦ୍ଧି ଘଟିବ। ଏହି ବୃଦ୍ଧି ମୁଖ୍ୟତ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡଚଓ) ରେ ଉଲ୍ଲେଖନୀୟ ବୃଦ୍ଧି ହେତୁ ହୋଇଛି, ଯାହା ଜାନୁୟାରୀ ୨୦୨୩ ରୁ ଚଳିତ ବର୍ଷ ମଧ୍ୟରେ ୧୨.୧୨ ପ୍ରତିଶତରେ ପହଞ୍ଚିଛି।

You might also like