ଏହି ମନ୍ଦିର ର ଭୋଗ ଘରକୁ ଆଣିବା ଅଶୁଭ। ଦର୍ଶନ ପାଇଁ ୭ ଦିନ ପୂର୍ବରୁ ଆମିଷ ନିଷେଧ।

ଏହି ମନ୍ଦିରକୁ ଯିଏ ପୂଜା କରିବାକୁ ଆସେ ସେ ଘରକୁ ଗଲାବେଳେ ସାଙ୍ଗରେ ଭୋଗ ନେଇକି ଯାଏନାହିଁ। କାରଣ ସେଠାରେ ରହୁଥିବା ଲୋକଙ୍କର ବିସ୍ଵାଶ ଯେ , ସେହି ମନ୍ଦିରରୁ ଯିଏ ଭୋଗ ନେବ ଏମିତି କିଛି ଅଘଟଣ ଘଟିବ ଯାହା ଆପଣ ଶୁଣିଲେ ଆଶ୍ଚଯ୍ୟ ହୋଇଯିବେ | ପ୍ରଭୁ ରାମଙ୍କର ସବୁଠାରୁ ବଡ଼ ଭକ୍ତ ହେଉଛନ୍ତି ହନୁମାନ। ହିନ୍ଦୁ ଧର୍ମରେ ହନୁମାନଙ୍କୁ ସଙ୍କଟମୋଚନ ବୋଲି କୁହାଯାଏ | ଏବଂ ତାଙ୍କୁ ଭଗବାନ ଭାବରେ ମଧ୍ୟ ପୂଜା କରାଯାଏ। ତେଣୁ ଭାରତରେ ମହାବୀର ହନୁମାନଙ୍କ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି ।ତେବେ ରାଜସ୍ଥାନ ମେହେନ୍ଦୀପୁରର ପ୍ରସିଦ୍ଧ ମନ୍ଦିର ହେଉଛି ବାଲାଜୀ ମନ୍ଦିର । ଏହି ମନ୍ଦିରଟି ରାଜସ୍ଥାନ ଦୌସାର ଦୁଇଟି ପାହାଡ ମଧ୍ୟରେ ଅବସ୍ଥିତ। ଭକ୍ତମାନେ ଆସନ୍ତି ଏବଂ ମହାବୀରଙ୍କ ଦର୍ଶନ ଲାଭ କରି ଏଠାରୁ ଖୁସିରେ ଯାଆନ୍ତି । କିନ୍ତୁ ଏଠାରେ ଏକ ନିୟମ ଅଛି ଏବଂ ଲୋକଙ୍କର ବିଶ୍ୱାସ କରାଯାଏ ଯେ ଏଠାରେ ନୈବେଦ୍ୟ ବା ପ୍ରସାଦ ଖାଇ ପାରିବେ ନାହିଁ କିମ୍ବା କାହାକୁ ଦେଇ ପାରିବେ ନାହିଁ । ଏହା ବ୍ୟତୀତ ଘରକୁ ପ୍ରସାଦ ଆଣିବା ବି ମନା ।

ଆପଣ ଯଦି ନିୟମ ନମାନି ଘରକୁ ପ୍ରସାଦ ଆଣିବେ ତେବେ, ଅଶୁଭ ବୋଲି କୁହାଯାଏ। ଏହା ପଛର ରହସ୍ୟ ହେଉଛି, ମେହେନ୍ଦୀପୁର ବାଲାଜୀ ମନ୍ଦିରରେ ହନୁମାନଙ୍କର ଦର୍ଶନ ପରେ ବଧାବିଘ୍ନରୁ ମୁକ୍ତି ପାଆନ୍ତି ବୋଲି ବିଶ୍ୱାସ କରାଯାଏ। ଯେଉଁଥି ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେଇଥାଏ। ବାଲାଜୀଙ୍କ ସମ୍ମୁଖରେ ପ୍ରେତରାଜ ଓ ଭୈରବ ବାବାଙ୍କ ମୂର୍ତ୍ତି ପୂଜା ପାଏ। ଯେଉଁଠାରେ ପ୍ରତିଦିନ ୨ଟାରେ ନାମ ସଂକୀର୍ତ୍ତନ କରାଯାଏ। ଯାହା ଦ୍ୱାରା ଆସିଥିବା ଭକ୍ତଙ୍କ ଉପରୁ ଗ୍ରହ ଦୋଷ ଖଣ୍ଡନ ହୁଏ ବୋଲି ବିଶ୍ୱାସ କରାଯାଏ। ତେଣୁ ଏଠାରୁ ପ୍ରସାଦ ଆଣିବା ଅନୁଚିତ ବୋଲି କୁହାଯାଏ।

ଖାଲି ଏତିକି ନୁହେଁ ବାଲାଜୀଙ୍କ ସମ୍ମୁଖରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି। ମହାବଳୀ ହନୁମାନ ମେହେନ୍ଦୀପୁର ବାଲାଜୀ ମନ୍ଦିରରେ ଦୁହିଁଙ୍କ ପୁତ୍ର ଭଳି ପୂଜା ପାଉଛନ୍ତି। କୁହାଯାଏ, ଏଠାକୁ ଆସୁଥିବା ଭକ୍ତଙ୍କ ପାଇଁ ଏକ ବିଶେଷ ନିୟମ ଅଛି। ଦର୍ଶନ କରିବାର ଏକ ସପ୍ତାହ ପୂର୍ବରୁ ଭକ୍ତମାନେ ପିଆଜ, ରସୁଣ, ଆମିଷ, ମଦ୍ୟପାନ ଇତ୍ୟାଦି ସେବନ ବନ୍ଦ କରି ଆସିବା ଉଚିତ୍ ।