ଏହି ସହର ଭାରତର ସବୁଠାରୁ ଅପରିଷ୍କାର ସ୍ଥାନ

ଭାରତୀୟମାନଙ୍କର ବେହିସାବ ଜୀବନ ଶୈଳୀ ଓ ସରକାରଙ୍କର ବିଫଳତା ଯୋଗୁ ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ବିଷାକ୍ତ ଧୂଆଁରେ ଅଣନିଶ୍ୱାସୀ ହୋଇପଡ଼ିଛି। ଏକ ସର୍ଭେ ଅନୁସାରେ ଦିଲ୍ଲୀରେ ରହୁଥିବା ୭୫ % ଜନତା ବର୍ତ୍ତମାନ ରୋଗଗ୍ରସ୍ତ ହୋଇପଡ଼ିଛନ୍ତି। ସଂକ୍ରମଣ ଜନିତ କାଶ, ଥଣ୍ଡା ଲାଗି ରହିଛି।ସବିଶେଷ ରିପୋର୍ଟ ଅନୁଯାୟୀ ତାମିଲନାଡୁର ପ୍ରଦର୍ଶନ ବିଶେଷ ଚିନ୍ତାଜନକ ରହିଛି। ତାଲିକାରେ ମାଦୁରାଇ ୪,୮୨୩ ସ୍କୋର ସହ ଅପରିଷ୍କାର ସହର ମଧ୍ୟରେ ସର୍ବପ୍ରଥମ ସ୍ଥାନରେ ରହିଛି। ରାଜ୍ୟ ରାଜଧାନୀ ଚେନ୍ନାଇ ମଧ୍ୟ ୬,୮୨୨ ସ୍କୋର ସହ ତୃତୀୟ ସ୍ଥାନରେ ରହିଛି। ରିପୋର୍ଟ ଅନୁଯାୟୀ, ଦୁର୍ବଳ ପରିମଳ ନିୟମ, ନାଗରିକଙ୍କ ଅସହଯୋଗ ଏବଂ ଭିତ୍ତିଭୂମିଗତ ତ୍ରୁଟି ଯୋଗୁଁ ତାମିଲନାଡୁର ସହରଗୁଡ଼ିକ ତଳକୁ ଖସି ଆସିଛନ୍ତି।ଦେଶର ବୈଷୟିକ ରାଜଧାନୀ ଭାବେ ପରିଚିତ ବେଙ୍ଗାଲୁରୁ ୬,୮୪୨ ସ୍କୋର ସହ ଦେଶର ପଞ୍ଚମ ଅପରିଷ୍କାର ସହର ଭାବେ ପରିଗଣିତ ହୋଇଛି। ଅନିୟନ୍ତ୍ରିତ ସମ୍ପ୍ରସାରଣ ଏବଂ ଅସଙ୍ଗଠିତ ବର୍ଜ୍ୟବସ୍ତୁ ପରିଚାଳନା ହେତୁ ସହରର ଏହି ଦୁର୍ବଳ ପ୍ରଦର୍ଶନ ବୋଲି ରିପୋର୍ଟରେ କୁହାଯାଇଛି।