ଏହି ସୁପରଷ୍ଟାରଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଶେହନାଜ

ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଶେହନାଜ ଗିଲ । ବଲିଉଡର ସୁନ୍ଦର ସେଲିବ୍ରିଟିମାନଙ୍କ ମଧ୍ୟରୁ ସେ ବି ଜଣେ । ବିଗ୍ ବସ୍ ୧୩ ଶେହନାଜଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା ।ଚଳିତବର୍ଷ ସଲ୍‌ମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ଜରିଆରେ ତାଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଛନ୍ତି। ଏଥିରେ ତାଙ୍କୁ ଦର୍ଶକଙ୍କଠାରୁ ବେଶ୍‌ ଭଲପାଇବା ମିଳିଥିଲା। ଶେହନାଜ ସଲ୍‌ମାନଙ୍କ ସହ କାମ କରିବା ପରେ ଏବେ ଅଭିନେତା ରଣବୀର କପୁରଙ୍କ ସହ କାମ କରିବାକୁ ଚାହୁଁଥିବା ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ଶେହନାଜ କହିଛନ୍ତି, ତାଙ୍କ ପାଇଁ ୨୦୨୩ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ପୂର୍ବରୁ ସେ ଛୋଟ ପିଲା ଥିଲେ, ଏବେ ପରିପକ୍ୱ ହୋଇଗଲେଣି।

ସେ ଏବେ ସୁପରଷ୍ଟାରଙ୍କ ସହିତ କାମ କରିବାକୁ ଚାହୁଁଛନ୍ତି। କିନ୍ତୁ ଏବେ ତାଙ୍କର ଇଚ୍ଛା ଯେ ସେ ରଣବୀରଙ୍କ ସହ କାମ କରିବାକୁ ଇଚ୍ଛୁକ । ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ କେବେବି ସାକ୍ଷାତ କରି ନାହିଁ । କିନ୍ତୁ ଇଭେଣ୍ଟରେ ନିଶ୍ଚିତ ଭାବରେ ତାଙ୍କୁ ଦୂରରୁ ଦେଖିଛି ।ଶେହେନାଜ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଅଡିସନ ଦେବାରେ ତାଙ୍କର କୌଣସି ଅସୁବିଧା ନାହିଁ ଏବଂ ସେ ଅଡିସନ ଦେବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଶେହନାଜ ଶେଷ ଥର ପାଇଁ ଫିଲ୍ମ ‘ଥାଙ୍କ ୟୁ ଫର୍‌ କମିଙ୍ଗ୍‌’ରେ ନଜରକୁ ଆସିଥିଲେ। ଆଗକୁ ତାଙ୍କ ପାଖରେ ଆଉ ଏକ ଫିଲ୍ମ ରହିଛି।