ଏ ଜୀବନ ଶିଷ୍ୟ ମୟ

ବୌଦ୍ଧ ଧର୍ମଶାସ୍ତ୍ର ତ୍ରିପିଟକ କହେ -ବ୍ରାହ୍ମଣ ର ସନ୍ତାନ #ବ୍ରାହ୍ମଣ ନୁହେଁ, ବ୍ରାହ୍ମଣତ୍ବ ହେଉଚି ଗୁଣ ଓ କର୍ମ ଭିତ୍ତିକ, ଜନ୍ମ ଭିତ୍ତିକ ନୁହେଁ |ସ୍ୱୟଂ ବୁଦ୍ଧ ଦେବ ବ୍ରାହ୍ମଣ ଙ୍କୁ ବିରୋଧ କରୁନଥିଲେ, ଯଦି ସେ ବ୍ରାହ୍ମଣ ବିରୋଧୀ ହୋଇଥାନ୍ତେ ତାହେଲେ ସାରିପୁତ୍ତ ଓ ମୋଗଲାୟନ ନାମକ ଦୁଇ ଜଣ #ବ୍ରାହ୍ମଣ ଙ୍କୁ କେବେହେଲେ ତାଙ୍କର ପଟ୍ଟଶିଷ୍ୟ କରିନଥାନ୍ତେ |

ସତ୍ୟକାମ ଙ୍କର ପିତୃତ୍ୱ ର ପରିଚୟ ସନ୍ଦେହ ପୂର୍ଣ୍ଣ ଥିଲେ ମଧ୍ୟ ତାଙ୍କର ସତ୍ୟବାଦୀତା ଦେଖି ଗୌତମ ଋଷି ତାଙ୍କୁ ବ୍ରାହ୍ମଣ ପୁତ୍ର ବୋଲି ସ୍ୱୀକୃତି ଦେଇଥିଲେ |ଓ ନିଜର ଶିଷ୍ୟ ଭାବେ ପ୍ରମାଣ ପତ୍ର ଦେଇଛନ୍ତି |

ଜାତି,ଆଶ୍ରମ, ବର୍ଣ୍ଣ, ଧର୍ମ,

ଏ ଅହଂକାରେ ନୋହେ ଭ୍ରମ |

ହରି ର ପ୍ରିୟ ସେହୁ ପ୍ରାଣୀ

ଭକତ ମଧ୍ୟେ ପରିମାଣି |

ଏ ପ୍ରସଙ୍ଗ ରେ ଭାଗବତ ର ଏକାଦଶ ସ୍କନ୍ଧ ର ତୃତୀୟ ଅଧ୍ୟାୟ ରେ ଉକ୍ତ ପଦ ସ୍ମରଣୀୟ |ବ୍ରହ୍ମ ଉପାସକ ମଧ୍ୟରେ ଜାତିଭେଦ ନାହିଁ, ସତ୍ୟନିଷ୍ଟ ଧର୍ମପରାୟଣ ବ୍ୟକ୍ତି ଯେ #କୌଣସି କୁଳ ରେ ଜନ୍ମ ଲାଭ କରିଥିଲେ ମଧ୍ୟ ତହିଁରେ ଉଚ୍ଚ, ନୀଚ ଜାତିଭେଦ ନାହିଁ |ପ୍ରକୃତ ବ୍ରହ୍ମନିଷ୍ଠା ହିଁ ବ୍ରହ୍ମତ୍ୱ ଲାଭ ର କାରଣ |କର୍ମ ଦ୍ୱାରା କେବଳ #ଜାତି ନିର୍ବାଚନ ହୋଇଥାଏ |
ହର ହର ଶଙ୍କର
ଶିବଲିଙ୍ଗାୟ ନମଃ

✍️ପରମଶୈବ ଲଳିତ ମହାପାତ୍ର