ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର କାରଣ !

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ୨୦୦୭ ମସିହାରେ ଅଭିଷେକଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ବିବାହ ୧୭ ବର୍ଷ ହୋଇଗଲାଣି। ଅଭିନେତ୍ରୀ ବିବାହ ପରେ ଖୁବ୍ କମ୍ ଫିଲ୍ମରେ ନଜର ଆସନ୍ତି। ବର୍ତ୍ତମାନ ସେମାନଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ନିକଟରେ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ସହ ନଜର ଆସିଥିଲେ। ଉଭୟ SIIMA ପୁରସ୍କାରରେ ଯୋଗଦେବାକୁ ଯାଇଥିଲେ।

ଏହି ସମୟ ମଧ୍ୟରେ ଗୋଟିଏ ଜିନିଷ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ତାହା ହେଉଛି ଅଭିନେତ୍ରୀଙ୍କ ବିବାହ ରିଙ୍ଗ। ତାଙ୍କ ହାତରେ ଥିବା ରିଙ୍ଗ ନ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟ ଛାଡପତ୍ରର ଗୁଜବ ପୁଣି ଉଡ଼ିବା ଆରମ୍ଭ କରିଛି। ତେବେ ଐଶ୍ୱର୍ଯ୍ୟାଙ୍କର ଏକ ପୁରୁଣା ସାକ୍ଷାତକାର ଭିଡିଓରେ କହିଛନ୍ତି, “ମୁଁ ନିଜ ପାଇଁ ଜଣେ ଏପରି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲ ପାଉଥିବ… । ମୁଁ ହୃଦୟରୁ ବହୁତ ରୋମାଣ୍ଟିକ୍, ତେଣୁ ସ୍ୱାଭାବିକ ଭାବରେ ମୋର ସାଥୀ ମଧ୍ୟ ରୋମାନ୍ସ କଳାରେ ପାରଙ୍ଗମ ହେବା ଉଚିତ। ଫ୍ଲର୍ଟିଂ ନୁହେଁ ବରଂ ରୋମାନ୍ସ ଏବଂ ଏହା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ମତେ ଗରିମା ପସନ୍ଦ। ଏହା ଏମିତି ଏକ ଦୁନିଆ ଯେଉଁଠି ସବୁକିଛି ଲୋକ ଦେଖାଣିଆ।