ଓଁ ନମଃ ଶିବାୟ ଧ୍ୱନିରେ ପରିବେଶ ପ୍ରକମ୍ପିତ ।

ଆଜି ଜାଗର। ଓଁ ନମଃ ଶିବାୟ ଧ୍ୱନିରେ ପରିବେଶ ପ୍ରକମ୍ପିତ । ଚଳଚଞ୍ଚଳ ହୋଇଛି ପ୍ରମୁଖ ଶୈବପୀଠ । ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ, ଧବଳେଶ୍ୱର, ଲୋକନାଥ ଓ କପିଳାସରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି। ବାବା ଲିଙ୍ଗରାଜଙ୍କ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଭୋରରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି। ଅପରାହ୍ଣ  ୩ଟା ୪୫ ଓ ରାତି ୧୦ଟାରେ ଘଣ୍ଟାଏ  ଲେଖାଏଁ ସାହାଣମେଲା ଦର୍ଶନର ସୁଯୋଗ  ମିଳିବ । ମହାଦୀପ ରାତି ୧୦ଟାରେ ଉଠିବ ।। ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ଲକ୍ଷ୍ୟରେ ରଖି ପ୍ରଶାସନ, ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତରେ । ମହାଦୀପ ଦର୍ଶନ କଲାପରେ ଭକ୍ତଗଣ ବ୍ରତ ସମାପନ କରିବେ । ଏହା ସହିତ ଭଜନ ମଣ୍ଡପରେ ଦେଶ ତଥା ରାଜ୍ୟର ନାମୀ କଣ୍ଠଶିଳ୍ପୀମାନେ ଭଜନ ପରିବେଶଷ କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀଲିଙ୍ଗରାଜ ଓ କପିଳେଶ୍ଵରଙ୍କ ଶୃଙ୍ଖଳିତ ଜାଗରଯାତ୍ରା ଲାଗି ବିଏମସି ମାର୍ଗଦର୍ଶିକା ଜାରି କରିଛି । ଅତିରିକ୍ତ କମିସନରଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି ।