ଓଟିଇଟି ପ୍ରଶ୍ନପତ୍ର ଲିକ୍: ବନ୍ଧା ହେଲେ ବୋର୍ଡ ଉପସଭାପତି
OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ ଆକ୍ସନ । ବନ୍ଧାହେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ସ୍କାନରରେ ଥିଲେ ନିହାର ରଞ୍ଜନ ।କାଲି ଅଫିସ୍କୁ ଡାକି ନିହାରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା। ଉପସଭାପତି ନିହାରଙ୍କ ଲାପଟପ୍କୁ OTET ପ୍ରଶ୍ନପତ୍ର ଆସିଲା କିପରି ତାହାକୁ ନେଇ ଖୋଳତାଡ କରୁଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ଲିକ ମାମଲାରେ ୭ଜଣ ବନ୍ଧା ହୋଇଛନ୍ତି।
