ଓଡ଼ିଆ ପକ୍ଷ ” ଆନୁକୂଲ୍ୟରେ ଚୌଦ୍ୱାର ମହାବିଦ୍ୟାଳୟର ଅଗଣା ସଫାଇ କାର୍ଯ୍ୟକ୍ରମ

ଓଡ଼ିଆ ପକ୍ଷ ପାଳନ ଅବସରରେ ଚୌଦ୍ୱାର ମହାବିଦ୍ୟାଳୟର ପରିସରରେ ଏକ ସମୂହ ଅଗଣା ସଫାଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ପରିବେଶ ସଚେତନତା ବୃଦ୍ଧି କରିବା ସହ ଛାତ୍ରଛାତ୍ରୀମାନଙ୍କ ମନରେ ସ୍ୱଚ୍ଛତା ପ୍ରତି ଦାୟିତ୍ବବୋଧ ସୃଷ୍ଟି କରିବା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମୀ ରାଉତରାୟ,ବରିଷ୍ଠ ପ୍ରାଧ୍ୟାପକ ପ୍ରଭାକର ମିଶ୍ର , ପ୍ରଶାସନିକ ଅଧିକାରୀଣୀ ଡ଼କ୍ଟର ହରପ୍ରିୟା ମହାପାତ୍ର, ଅଧ୍ୟାପକ ସ୍ୱାଭିମାନ ସାମନ୍ତରାୟ ,ଅଧ୍ୟାପିକା ଲିଜା ରଥ,ସୁଚିତ୍ରା ସାହୁ ଓ ଶୁଭସ୍ମିତା ଭୁୟାଁ ସମେତ ଜାତୀୟ ସେବା ସଂସ୍ଥାର ଛାତ୍ରଛାତ୍ରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସେମାନେ ମହାବିଦ୍ୟାଳୟ ଅଗଣା, ବଗିଚା ଏବଂ ଆସପାସ ଅଞ୍ଚଳକୁ ସଫା କରିଥିଲେ। ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଅବର୍ଜନା ସଂଗ୍ରହ କରାଯାଇ ଠିକ ଭାବରେ ପରିଚାଳନା କରାଯାଇଥିଲା।। ସୁସ୍ଥ ପରିବେଶ ସୁସ୍ଥ ବିଶ୍ବ ଗଠନରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନେ ସକ୍ରିୟ ସହଯୋଗ ଓ ସହଭାଗିତା ପ୍ରଦାନ କରି ନିଜ ପରିବାରର, ପରିବେଶ, ମହାବିଦ୍ୟାଳୟ ପରିସର ସହିତ ନିଜ ନିଜ ଗ୍ରାମକୁ ପରିଷ୍କାର ରଖିବା ନିମନ୍ତେ ମହାବିଦ୍ୟାଳୟ ର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ର ମୁଖ୍ୟ ଅଧ୍ୟାପକ ଡଃ . ପ୍ରଫୁଲ୍ଲ କୁମାର ସାହୁ ଆହ୍ୱାନ କରିଥିଲେ ।।କାର୍ଯ୍ୟକ୍ରମ ସମୟରେ ସମସ୍ତଙ୍କ ମଧ୍ୟରେ ସହଯୋଗ ଓ ସମନ୍ୱୟର ଅଭାବ ଦେଖା ଯାଇନଥିଲା, ବରଂ ଏକ ସୁନ୍ଦର ଟିମ୍‌ ସ୍ପିରିଟ୍ ପ୍ରକାଶ ପାଇଥିଲା। ଏହି ପଦକ୍ଷେପ ମାଧ୍ୟମରେ “ସ୍ୱଚ୍ଛ କ୍ୟାମ୍ପସ୍, ସୁନ୍ଦର ପରିବେଶ” ର ଏକ ବାର୍ତ୍ତା ସମସ୍ତଙ୍କ ମଧ୍ୟରେ ପ୍ରସାରିତ ହୋଇଥିଲା।ପରିଶେଷରେ , ଏହି ସଫାଇ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ପରିବେଶକୁ ଶୁଭ୍ର ଓ ସୁସ୍ଥ କରିବା ସହ ଓଡ଼ିଆ ପକ୍ଷ ପାଳନକୁ ଅଧିକ ଅର୍ଥ ପୂର୍ଣ୍ଣ କରିଥିଲା ।।ବ୍ୟୁରୋ ରିପୋର୍ଟ HR TV ଓଡିଆ ।।