ଓଡ଼ିଶାକୁ ଡିସେମ୍ବରରେ ବାତ୍ୟା ବିପଦ ଆଶଙ୍କା 

ନଭେମ୍ବର ଓ ଡିସେମ୍ବର ମାସ ହେଉଛି ବାତ୍ୟା ର ହେବାର ମାସ ତେବେ ଆସନ୍ତା ଡିସେମ୍ବର ୧ କିମ୍ବା ୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ବାତ୍ୟାର ବେଗ ଓ ଗତିପଥ କେଉଁ ଆଡ଼କୁ ହେବ ତାହା ଆସନ୍ତା ୩୦ ତାରିଖ ସୁଦ୍ଧା ସ୍ପଷ୍ଟ ହେବ। ତେବେ କେତେକ ବେସରକାରୀ ପାଣିପାଗ ବିଜ୍ଞାନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ବାତ୍ୟା ଆସନ୍ତା ୫ କିମ୍ବା ୬ ତାରିଖ ବେଳକୁ ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଦେଇ ବାଂଲାଦେଶ କିମ୍ବା ମ୍ୟାନ୍‌ମାର ଆଡ଼କୁ ଯିବ।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ମୁତାବକ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ମାଲାକ୍କା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୯ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସମ୍ଭାବନା ରହିଛି ।

ଏହା ଆହୁରି ସମୁଦ୍ରରେ ଏହା ଆହୁରି ବଳ ଗୋଟାଇ ପରବର୍ତ୍ତୀ ୪୮ ଘଣ୍ଟାରେ ବା ଡିସେମ୍ବର ୧ ତାରିଖବେଳକୁ ବାତ୍ୟାରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଏ ନେଇ ଆଇଏମଡି ଅଧିକ ଚିତ୍ର ସ୍ପଷ୍ଟ କରିବ ।ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତି କରିବା ବେଳେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର ଜିଲା ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି। ବାତ୍ୟାର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୫୦ କି.ମି. ହେବ ବୋଲି ପୂର୍ବାନୁମାନ କରାଯାଉଛି। ତେବେ ଏହା ସ୍ପଷ୍ଟ ନୁହେ | ତେଣୁ ଭୟଭୀତ ହେବା ଉଚିତ ନୁହେଁ |