ଓଡ଼ିଶାରୁ ବିଦା ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ: ଆଇନମନ୍ତ୍ରୀ
ରାଜ୍ୟରୁ ତଡା ଖାଇବେ ବାଂଲାଦେଶୀ ଅନୁପ୍ରବେଶକାରୀ । ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ସେମାନଙ୍କୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଆଜି(ମଙ୍ଗଳବାର) ବଡ଼ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ଆହୁରି କହିଛନ୍ତି, ସରକାର ଆସିବା ପରେ ଗୋଟିଏ ଫେଜ ହୋଇଛି । ଆଗକୁ ମଧ୍ୟ କରାଯିବ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଆଭିମୁଖ୍ୟ କଠୋର କରାଯାଇଛି । ଯେଉଁଠି ଅଛନ୍ତି ଚିହ୍ନଟ କରାଯିବ, ସେମାନଙ୍କ କାମକୁ ତଦାରଖ କରାଯିବ । ସେମାନଙ୍କୁ ଡିପୋର୍ଟ ମଧ୍ୟ କରାଯିବ । ଏନେଇ ନିଷ୍ପତ୍ତି ନିଆଯାଇଛି । ତଟବର୍ତ୍ତୀ ଅଞ୍ଚଳ ପୋଲିସକୁ ସଶକ୍ତ କରାଯାଇଛି । କୋଷ୍ଟଗାର୍ଡ ନଜର ରଖିଛି ।ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ଚଢାଉ କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଜଣ ବାଂଲାଦେଶୀଙ୍କୁ ଅଟକ ରଖିଛି l ପର୍ଯ୍ୟାୟ କ୍ରମେ ବାଲେଶ୍ବର କେନ୍ଦ୍ରାପଡାରେ ହେବ ଚଢାଉ lଗତକାଲି ସକାଳୁ ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ ଭାବରେ ନିର୍ମାଣ ହୋଇଥିବା ୧୦ ବଖରା ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି । । ଦୀର୍ଘଦିନ ଧରି ଏହି ସ୍ଥାନରେ ବାଂଲାଦେଶୀ ମାନେ ରହିଆସୁଥିଲେ । ଗତ ରବିବାର ବିଳମ୍ବିତ ରାତ୍ରରେ ଦୁଇଜଣ ବାଂଲାଦେଶୀଙ୍କୁ ଗିରଫ କରାଯିବା ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଦୁଇ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏହାର ସୁଯୋଗରେ ୧୦ ରୁ ଊର୍ଦ୍ଧ୍ବ ବାଂଲାଦେଶୀ ଫେରାର ହୋଇ ଯାଇଥିଲେ । ତେବେ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ଘର ଗୁଡିକୁ ଭାଙ୍ଗି ଦିଆଯାଇଛି।
