ଓଡ଼ିଶାରେ ରାମାୟଣର ରାମ ।

ରାମାୟଣ ଧାରାବାହିକରେ ରାମ ଚରିତ୍ରରେ ଅଭିନୟ କରି ସାରା ଦେଶରେ ପରିଚିତି ପାଇଥିବା ଅରୁଣ ଗୋଭିଲ ବୁଧବାର ଓଡ଼ିଶା ଆସିଛନ୍ତି। ଅରୁଣ ଓଡ଼ିଶା ଆସି ଆଜି ଭାଜପା ପାଇଁ ମାରାଥନ ପ୍ରଚାର କରିଛନ୍ତି।ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି, ଜନସାଧାରଣଙ୍କୁ ଭୋଟ ଦେବାକୁ କଲେ ଅପିଲ୍ । ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଚଳିତ ନିର୍ବାଚନରେ ୪ଶହ ସିଟ୍ ପାର ହେବାକୁ ଯାଉଛି ।

ଏହି କ୍ରମରେ କେନ୍ଦୁଝର ଲୋକସଭାର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ସମସ୍ତ ବିଧାନସଭାର ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି । ଭୋଟଗ୍ରହଣ ଦିନ ପ୍ରଥମେ ମତସାବ୍ୟସ୍ତ ଓ ପରେ ଜଳପାନ ପାଇଁ ଭୋଟରଙ୍କୁ ଅରୁଣ ଗୋଭିଲ ନିବେଦନ କରିଛନ୍ତି ।