ଓଡ଼ିଶା ପାଇଁ ୧୫ତମ ଅର୍ଥ କମିଶନ ଅନୁଦାନ ଜାରି କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ଓଡ଼ିଶାର ଗ୍ରାମାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ (Rural Local Bodies) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୪୦୦ କୋଟି ଟଙ୍କାରୁ ଅଧିକ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଜାରି କରିଛନ୍ତି। ଏହି ଅର୍ଥ ରାଜ୍ୟର ଜିଲା ପରିଷଦ, ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତଗୁଡ଼ିକ ପାଇଁ ଉଦ୍ଦିଷ୍ଟ।ଭାରତ ସରକାର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ (ପାନୀୟ ଜଳ ଏବଂ ପରିମଳ ବିଭାଗ) ମାଧ୍ୟମରେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ରାଜ୍ୟଗୁଡିକୁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ପ୍ରଦାନ କରିବାକୁ ସୁପାରିସ କରିଥାନ୍ତି। ଅର୍ଥ ମନ୍ତ୍ରଣାଳୟ ପରବର୍ତ୍ତି ସମୟରେ ପ୍ରତି ଆର୍ଥିକ ବର୍ଷରେ ଦୁଇଟି କିସ୍ତିରେ ଏହି ଅନୁଦାନ ପ୍ରଦାନ କରିଥାଏ।୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ କିସ୍ତି ବାବଦରେ ୩୪୨.୫୯୬୪ କୋଟି ଟଙ୍କା ଜାରି କରାଯାଇଛି। ଏହି ଅର୍ଥ ରାଜ୍ୟର ୨୦ଟି ଯୋଗ୍ୟ ଜିଲା ପରିଷଦ, ୨୯୬ଟି ପଞ୍ଚାୟତ ସମିତି ଏବଂ ୬,୭୩୪ଟି ଯୋଗ୍ୟ ଗ୍ରାମ ପଞ୍ଚାୟତକୁ ମିଳିବ।

ପୂର୍ବରୁ ପ୍ରଥମ କିସ୍ତିର ବକେୟା ବାବଦରେ ଅତିରିକ୍ତ ୧୦୧.୭୮୧୫ କୋଟି ଟଙ୍କା ମଧ୍ୟ ଜାରି କରାଯାଇଛି। ଏହି ବକେୟା ରାଶି ୨୦ଟି ଯୋଗ୍ୟ ଜିଲା ପରିଷଦ, ୨୩୩ଟି ପଞ୍ଚାୟତ ସମିତି ଏବଂ ୬୪୯ଟି ଗ୍ରାମ ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ।