ଓଡ଼ିଶା ପ୍ରତି ବିପଦ ନାହିଁ | ବାତ୍ୟା ଯିବା ବାଂଲାଦେଶ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗଭୀର ଅବପାତରେ ପରିଣତ ହୋଇଛି ।  ବର୍ତ୍ତମାନ ଏହା ପାରାଦୀପରୁ ୩୨୦ କିମି ଦୂରରେ ଅଛି । କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପତ ଆଗାମୀ ୨୪ ଘଣ୍ଟାରେ ଘୂର୍ଣିବାତ୍ୟାର ରୂପ ନେବା  ବୋଲି କହିଛନ୍ତି ଆଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହାର କେନ୍ଦ୍ରସ୍ଥଳୀରେ ବର୍ତ୍ତମାନ ଘଣ୍ଟାପ୍ରତି 50ରୁ 60 କିଲୋମିଟର ବେଗରେ ପବନ ବହୁଛି । ଏହା କ୍ରମଶଃ ଘନୀଭୂତ ହୋଇପାରେ । ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା

ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ । ବାତ୍ୟା ୧୮ ତାରିଖ ସକାଳେ ବାଂଲାଦେଶର ଖେପୁପୁରା ଏବଂ ମଙ୍ଗଳା ଅଞ୍ଚଳରେ ଉପକୂଳ ଅତିକ୍ରମ କରିବ । ପବନର ବେଗ ଅତି ବେଶୀରେ ଘଣ୍ଟା ପ୍ରତି 70ରୁ 80 କିମି ହୋଇପାରେ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେବା ସମ୍ଭାବନା । ୧୭ ସକାଳେ ଓଡ଼ିଶା ଉପକୂଳ ଦେଇ ଉତ୍ତର ପଶ୍ଚିମ ବଙ୍ଗଳା ଅଞ୍ଚଳ ରେ ପହଞ୍ଚିବ ।