ଓଡ଼ିଶା ବିଧାନସଭା ପରିସରରେ ଆଜି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜୟନ୍ତୀ ପାଳନ
ଓଡ଼ିଶା ବିଧାନସଭା ପରିସରରେ ଆଜି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢୀଙ୍କ ସମେତ ବହୁ ମନ୍ତ୍ରୀ ଓ ଅଧିକାରୀ ସାମିଲ ହୋଇଥିଲେ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ନୀତି, ଆଦର୍ଶ ଏବଂ ଅବଦାନକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ମନେ ପକାଇଥିଲେ।ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ସତ୍ୟ ଓ ଅହିଂସାର ପ୍ରତୀକ ‘ମହାତ୍ମା ଗାନ୍ଧୀ’ଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ। ତାଙ୍କ ପ୍ରଦର୍ଶିତ ସ୍ୱଦେଶୀ ଓ ଆତ୍ମନିର୍ଭରତାର ମାର୍ଗ ଆଜି ବିକଶିତ ଭାରତର ମୂଳମନ୍ତ୍ର ସାଜିଛି। ତାଙ୍କ ଆଦର୍ଶ ସର୍ବଦା ଆମ ପାଇଁ ପ୍ରେରଣା ହୋଇ ରହିବ ।
