ଓଡିଶା ଆସିବେ ଡ୍ରିମଗାର୍ଲ ହେମାମାଳିନୀ ।

ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ତଥା ମଥୁରା ଭାଜପା ଏମ୍‌ପି ପ୍ରାର୍ଥୀ ହେମାମାଳିନୀ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ହେମା ସାମିଲ ହୋଇଛନ୍ତି। ତାଲିକାରେ ସାମିଲ ପରେ ଓଡ଼ିଶାରେ ହେମାମାଳିନୀ ପ୍ରଚାର କରିବା ସ୍ପଷ୍ଟ ହୋଇଯାଇଛି।ତାଲିକାରେ ସ୍ଥାନ ପାଇଛନ୍ତି ଅର୍ଜୁନ ମୁଣ୍ଡା, ବିଷ୍ଣୁଦେବ ସାଏ , କେଦାରନାଥ କଶ୍ୟପ । ତେବେ ଏଥର ନିର୍ବାଚନ ପାଇଁ କେନ୍ଦ୍ର ନେତୃତ୍ୱର ଫୋକସରେ ରହିଛି ଓଡିଶା । ଏଥର ରାଜ୍ୟରେ ବିଜେପି ସରକାରଙ୍କ ଆବଶ୍ୟକତାକୁ ସୁନିଶ୍ଚିତ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ବିଜେପିର କେନ୍ଦ୍ର ନେତା ଓ ମନ୍ତ୍ରୀ । କିନ୍ତୁ ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ହିସାବ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ ।

ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ । ବିଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ହେବ ଓଡ଼ିଶାବାସୀଙ୍କ ସେବା କରୁଛନ୍ତି, କିନ୍ତୁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ? ତାହାର ଉତ୍ତର ଦେଇପାରୁନାହାନ୍ତି ବିଜେପି ନେତା । ୧୦ ବର୍ଷ ହେଲା ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବିଜେପି ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଡରୁଛି । ତାଙ୍କ ଉପରେ ଆସ୍ଥା, ବିଶ୍ୱାସ ନାହିଁ ।