ଓଡିଶା ଆସୁଛନ୍ତି ବିଜେପିର ଷ୍ଟାର କ୍ୟାମ୍ପେନର ହେମାମାଳିନୀ

ଆଜି ଓଡିଶା ଆସୁଛନ୍ତି ଡ୍ରିମ ଗର୍ଲ । ବିଜେପିର ମଥୁରା ସାଂସଦ ପ୍ରାର୍ଥୀ ତଥା ଅଭିନେତ୍ରୀ ହେମା ମାଳିନୀ ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନରେ ସାମିଲ ହେବେ । ଭୁବନେଶ୍ୱର, କଟକ ଓ ପିପିଲି ଗସ୍ତ କରି ସାଧାରଣ ସଭାରେ ଯୋଗଦେବେ ହେମା ମାଳିନୀ । ଦିନ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ହେମା ମାଳିନୀ ଏହା ପରେ ୧୧ଟା ୨୦ରେ ସାଲିଆ ସାହିରେ ଜନସଭାକୁ ସମ୍ବୋଧନ କରିବେ | ସାଲିଆ ସାହିରେ କାର୍ଯ୍ୟକ୍ରମ ପରେ କଟକ ଗସ୍ତ କରିବେ ଡ୍ରିମ୍ ଗାର୍ଲ |ଦିନ ୧ଟା ୧୦ରେ କଟକ ସଦର ନିର୍ବାଚନ ମଣ୍ଡଳୀର କିଶୋରନଗରରେ ଜନସଭା
ଏହା ପରେ ଦିନ ୪ଟାରେ ପିପିଲିରେ ବିଶାଳ ରୋଡ୍ ସୋ’ରେ ସାମିଲ ହେବେ |

ରୋଡ୍ ସୋ’ ପରେ ସତ୍ୟବାଦୀରେ ଜନସଭାରେ ଯୋଗଦେବେ ଏହା ସହିତ ଆସନ୍ତାକାଲି ଦିନ ୧୦ଟାରେ ପାଲଲହଡାରେ ମଧ୍ୟ ଜନସଭାକୁ କରିବେ ସମ୍ବୋଧନ | ପୁଣି ୧୨ଟା ୧୫ରେ ଦେବଗଡ଼ରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ।ସେପଟେ ଶୁକ୍ରବାର ଉତ୍ତର ଭୁବନେଶ୍ୱରରେ ବିଜେଡିର ଆଶୀର୍ବାଦ ସଭା କରିବେ କାର୍ତ୍ତିକ ପାଣ୍ଡିଆନ୍‌ । ଅପରାହ୍ଣ ୫ଟା୩୦ରେ ସାଲିଆ ସାହି ଯାତ୍ରା ପଡ଼ିଆରେ ପ୍ରଥମ ଆଶୀର୍ବାଦ ସଭା ହେବ । ପରେ କଲ୍ୟାଣପୁର ପଞ୍ଚାୟତର ନୂଆବନ୍ତ ମେଡିକାଲ୍‌ ପଡ଼ିଆରେ ସନ୍ଧ୍ୟା ୬ଟା ୩୦ରେ ଦ୍ୱିତୀୟ ସଭା ଓ ସନ୍ଧ୍ୟା ୭ଟା ୩୦ରେ ନହରକଣ୍ଟା ଷ୍ଟାଡିଅମ୍‌ ପଡ଼ିଆରେ ଆଶୀର୍ବାଦ ସଭା ଅନୁଷ୍ଠିତ ହେବ ।