ଓମ୍ସା ଦାବି:ଗଠନ ହେଲା ଅନ୍ତର୍ବିଭାଗୀୟ କମିଟି
ରାଜ୍ୟର ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଓ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (OMSA) ଦ୍ୱାରା କରାଯାଇଥିବା ବିଭିନ୍ନ ଦାବିଗୁଡ଼ିକର ଅନୁଧ୍ୟାନ କରିବା ନିମନ୍ତେ ଏକ ଅନ୍ତର୍ବିଭାଗୀୟ କମିଟି ଗଠନ କରାଯାଇଛି।ଏହି କମିଟି ଅତିରିକ୍ତ ମୁଖ୍ୟ ସଚିବ ଜିଏ ଏବଂ ପିଜି ବିଭାଗଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ।
କମିଟିର ସଦସ୍ୟ ଭାବେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର କମିଶନର-ତଥା-ସଚିବ ଏବଂ ଓଡ଼ିଶା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର କମିଶନର-ତଥା-ସଚିବ କମିଟିର ସଦସ୍ୟ-convener ଭାବେ କାର୍ଯ୍ୟ କରିବେ।ଏହି କମିଟି OMSA ର ବିଭିନ୍ନ ଦାବି ଉପରେ ଆଲୋଚନା କରି, ସେଗୁଡ଼ିକର ବିଭିନ୍ନ ଦିଗ ଗୁଡିକ ବିଚାର କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।
