ଓଲଟିଲା ଯାତ୍ରୀବାହି ବସ, କଣ୍ଡକ୍ଟର ଗୁରୁତର ଆହତ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ ଜାମୁସାହି ନିକଟସ୍ଥ ଦୁଡୁକିପାଜୁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି।ପ୍ରାପ୍ତସୂଚନା ଅନୁଯାୟୀ ଏକ ଟ୍ରକ କୁ ଓଭରଟେକ କରିବା ସମୟରେ ବସଟି ଦୃଘଟଣା ଗ୍ରସ୍ତ ହୋଇଥିଲା। ବସରେ ପଖାପଖି ୨୦ ରୁ ୨୫ ଜଣ ଯାତ୍ରୀ ରହିଥିବାବେଳେ ବସର କଣ୍ଡକ୍ଟର ଗୁରୁତର ଆହତ ହୋଇଛନ୍ତି।

ଘଟଣା ସ୍ଥଳରେ ବାଣୀଗୋଛା ପୋଲିସ ଓ ଦଶପଲ୍ଲା ଦମକଳ ବାହିନୀ ପହଂଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବାବେଳେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସରେ ନିଜନିଜ ଗନ୍ତବ୍ୟ ସ୍ଥଳ କୁ ପଠାଇଛନ୍ତି। ଅନ୍ୟପକ୍ଷରେ ଫାଙ୍କା ରାସ୍ତା ଥିବାରୁ ଏକ ମାଲବାହୀ ଟ୍ରକ କୁ ସାଇଡ ମାରି ଯିବାବେଳେ ବସ ଟି ରାସ୍ତା ଉପରେ ଓଲଟି ପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ନୟାଗଡ଼ରୁ ବିଶ୍ୱରଂଜନ ସେଠି HRTV ODIA