ଓଲିଉଡର ଭେଟେରାନ ଅଭିନେତା ଚକ୍ରଧର ଜେନାଙ୍କ ଦେହାନ୍ତ

ଓଲିଉଡର ଭେଟେରାନ ଅଭିନେତା ଚକ୍ରଧର ଜେନା ଆଉ ନାହାନ୍ତି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଫୁସଫୁସ ଜନିତ ସଂକ୍ରମଣରେ ପୀଡ଼ିତ ଥିଲେ ଚକ୍ରଧର। ଦୀର୍ଘ ୨୩ ଦିନ ହେବ ଏମ୍ସ ଆଇସିୟୁରେ ରଖାଯାଇ ଚିକିତ୍ସା ହେଉଥିଲେ | ସୋମବାର ରାତିରେ ହୃଦଘାତ ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।ତାଙ୍କ ବିୟୋଗରେ ଓଡ଼ିଆ ଚଳଚିତ୍ର ଜଗତ ସ୍ତବ୍ଧ ହୋଇଯାଇଛି । ୧୯୮୩ରେ ଏନ୍ଏସ୍ଡି ବା ଜାତୀୟ ନାଟ୍ୟ ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଚକ୍ରଧର ଜେନା ହଲିଉଡ ସିନେମା ‘ସିଟି ଅଫ୍ ଜୟ’ ଓ ‘ଇଲେକଟ୍ରିକ ମୁନ୍’ରେ ଅଭିନୟ କରିଛନ୍ତି ।୧୯୫୪ରେ ବାଲେଶ୍ୱର ଜିଲା ଭିଲ୍ଲା ଗାଁରେ ଚକ୍ରଧରଙ୍କ ଜନ୍ମ। ସେ ୧୯୮୩ ରେ ନ୍ୟାଶନାଲ ସ୍କୁଲ ଅଫ ଡ୍ରାମାରୁ ଡିଗ୍ରୀ ହାସଲ କରିଥିଲେ। ଏହାପରଠାରୁ ସେ ଦୀର୍ଘ ବର୍ଷ ଧରି ସିନେମା ଜଗତ ସହ ଯୋଡ଼ି ହୋଇ ରହିଥିଲେ। ଖଳନାୟକଠାରୁ ଆରମ୍ଭ କରି କମେଡି ଓ ଚରିତ୍ର ଅଭିନେତା ଭାବେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।ତାଙ୍କର ପ୍ରଥମ ଅଭିନୀତି ଓଡ଼ିଆ ସିନେମା ହେଉଛି ‘ପଥର ଖସୁଛି ବଡ଼ ଦେଉଳୁ’ ।

ଏହାଛଡ଼ା ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ନିଖୁଣ ଅଭିନୟର ଛାପ ଛାଡ଼ିଛନ୍ତି । ସେ ଓଡ଼ିଅ ସଙ୍ଗୀତ ନାଟକ ଆକାଡେମୀର ନାଟକ ଚୟନ କ୍ଷେତ୍ରରେ ବି ବିଚାରକ ଭାବେ ଦାୟିତ୍ୱ ତୁଳାଇଛନ୍ତି । ରଣଭୂମୀ, ମାୟା, ଅର୍ଜୁନ, ପ୍ରେମ ୱେଡ୍ସ ପ୍ରିୟା, ରଙ୍ଗିଲା ବାବା, ଭଉଁରୀ ଓ କଥାନ୍ତର ଭଳି ଅନେକ ସିନେମାରେ ଅଭିୟନ କରିଛନ୍ତି ।