ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପୁଣି ଅଡୁଆରେ ପଡିଛନ୍ତି।

ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପୁଣି ଅଡୁଆରେ ପଡିଛନ୍ତି। ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଉଥିବା ଅଭିଯୋଗରେ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ବାଇଁ ଏହି ଅଭିଯୋଗ କରିଛନ୍ତି।ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଉଭୟ ହ୍ୟୁମାନ ସାଗର ଓ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି ।

ଏପରି କାର୍ଯ୍ୟ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । କେବଳ ଏହି ଦୁଇଜଣଙ୍କ ବିରୋଧରେ ନୁହେଁ ଯେଉଁ ମାନେ ଏହି ଭିଡିଓରେ ଦେଖାଯାଉଛି ତାଙ୍କ ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି । ଘୋଷଯାତ୍ରା ବେଳେ ଏଭଳି ଆଚରଣକୁ ବି ନିନ୍ଦା କରାଯାଇଛି । ଏହାସହ କୌଣସି ଷ୍ଟୁଡିଓରେ କାମ କରାଇ ନଦେବାକୁ ଧମକ ବି ଦିଆଯାଇଛି । ଆଗାମୀ ଦିନରେ ରାଜଧାନୀରେ ଗୋବର ମାଡ଼ କରାଇବାକୁ ଧମକ ମିଳିଛି ।