ଓଲିଉଡ ସୁପରଷ୍ଟାର ତଥା ବିଜେଡି ନେତା ଅରିନ୍ଦମ୍ ରାୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମଧ୍ୟରେ ଭେଟ

ଓଲିଉଡ ସୁପରଷ୍ଟାର ତଥା ବିଜେଡି ନେତା ଅରିନ୍ଦମ୍ ରାୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। କଟକ ଆଠଗଡ ଅନ୍ତର୍ଗତ ଧବଳେଶ୍ୱର ନିକଟରେ ଏକ ଘରୋଇ ରିସର୍ଟରେ ଏହି ବୈଠକ ଅନୁଷ୍ଠିତ ହୋଇଛି।ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।ପାଞ୍ଚ ମାସ ତଳେ ଅଭିନେତା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାୟ କହିଥିଲେ-‘ଦଳରେ ଯଦି ବ୍ୟବହାର ନହେବୁ ତେବେ କାହିଁକି ରହିବୁ’ । ଅରିନ୍ଦମଙ୍କ ଏଭଳି ବୟାନ ସୂଚାଇଥିଲା କି ସେ ସନ୍ତୁଷ୍ଟ ନାହାନ୍ତି ।

ରବିବାର ଦିନ ସେ ହଠାତ୍‌ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା, ରୁଦ୍ଧଦ୍ୱାର ଆଲୋଚନା କରିବା ଘଟଣା କଟକ ରାଜନୀତିକୁ ସରଗରମ କରିଛି ।୨୦୧୯ ନିର୍ବାଚନ ପରଠାରୁ ଚର୍ଚ୍ଚା ଅନୁଯାୟୀ, ଆଗାମୀ ୨୦୨୪ ନିର୍ବାଚନ ପାଇଁ ଅରିନ୍ଦମ୍ କଟକର ଯେକୌଣସି ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀଙ୍କ ସହ ଅଭିନେତାଙ୍କ ସାକ୍ଷାତ ଓଡ଼ିଶା ରାଜନୀତିରେ ଆଲୋଚନା ପାଇଁ ଖୋରାକ ଯୋଗାଇବ ବୋଲି ରାଜନୀତି ବିଶେଷଣଜ୍ଞ କହିଛନ୍ତି |