କଂଗ୍ରେସରେ ସାମିଲ ହେଲେ ଅଭିନେତା ମନୋଜ ମିଶ୍ର । 

କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପଶ୍ଚିମ ଓଡିଶା କଂଗ୍ରେସ ନେତା ନରସିଂହ ମିଶ୍ର ଏବଂ କଂଗ୍ରେସର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି |କଂଗ୍ରେସରେ ମିଶିବା ପରେ ମନୋଜ କହିଛନ୍ତି, ମୁଁ ନେତା ହେବାକୁ ନୁହେଁ ବରଂ ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି । ପଶ୍ଚିମ ଓଡ଼ିଶାରେ ଏବେ ଅନେକ ସମସ୍ୟା ରହିଛି । ଯାହାକୁ ସରକାର ଦୃଷ୍ଟି ଦେଉନାହାନ୍ତି । ତେଣୁ ଲୋକଙ୍କ କାମ କରିବାକୁ ମୁଁ କଂଗ୍ରେସରେ ସାମିଲ ହୋଇଛି ।

କଂଗ୍ରେସ ନେତାଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ସେ ଦଳରେ ମିଶିଥିବା କହିଛନ୍ତି । ମିଶ୍ରଣ ପାଇଁ ସେମିତି କିଛି ଯୋଜନା ନଥିଲା । ଆଜି ମୋତେ ଫୋନ ଆସିଲା ମୁଁ ଦଳରେ ମିଶିଲି । ଭଗବାନଙ୍କର ଯେଉଁଭଳି ନିର୍ଦ୍ଦେଶ ମିଳୁଛି ମୁଁ ସେହିଭଳି କାମ କରୁଛି । ୪୦ଟି ସିନେମା ହଲରୁ ୪୦୦ଟି ସିନେମା ହଲ୍ ହେଇପାରିଲା ନାହିଁ । କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହିବି ଏ ଦିଗରେ କାର୍ଯ୍ୟ କରିଲେ ନାହିଁ । ତେଣୁ କଂଗ୍ରେସ ଦଳ ଆଗକୁ ଏହା ଉପରେ କାର୍ଯ୍ୟ କରିବ ବୋଲି ମୋର ଆଶା ।