କଙ୍କଡା ଧରିବାକୁ ଯାଇ ୫ ଦିନ ଧରି ନିଖୋଜ ଥିଲେ ମା ପୁଅ , ସୁରକ୍ଷିତ ଉଦ୍ଧାର ବନ ବିଭାଗ
କଙ୍କଡା ଧରିବାକୁ ଯାଇ ୫ ଦିନ ଧରି ନିଖୋଜ ହୋଇଥିବା ମା ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ରାଜନଗର ବନ ବିଭାଗ । ୨ ଜଣଙ୍କୁ ଜଙ୍ଗଲ ମଧ୍ୟରୁ ସୁରକ୍ଷିତ ଉଦ୍ଧାର କଲା ରାଜନଗର ବନ ବିଭାଗ । ଭିତରକନିକା ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ ବ୍ଲକ ମଙ୍କୁଆ ନାଳ ନିକଟରୁ ମା, ପୁଅ ଉଦ୍ଧାର କରି ସେମାନଙ୍କୁ ବୋଟ ଯୋଗେ ସାଥିରେ ଧରି ଫେରିଛି ବନ ବିଭାଗ । ସୂଚନାମୁତାବକ ଗତ ବୁଧବାର ଦିନ ରାଜନଗର ଦେବେନ୍ଦ୍ରନାରାୟଣପୁର ଗାଁର ଅଞ୍ଜନା ମିର୍ଧା ଓ ତାଙ୍କ ପୁଅ ରତିକାନ୍ତ ମିର୍ଧା କଙ୍କଡା ଧରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇ ବାଟ ବଣା ହୋଇଯାଇଥିଲେ । ବନ ବିଭାଗର ୧୦ ଟି ଟିମ ଆଜି ସଖାଳୁ ଖୋଜାଖୋଜି ଜାରି ରଖିଥିଲା ଏବେ ସେମାନଙ୍କୁ ଉଦ୍ଧାର କରି ବୋଟ ଯୋଗେ କୂଳକୁ ଆଣୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ଅଛ |
