କଙ୍ଗନା ରାଣାୱତ ଏବେ ରାଜନୀତି କରିବେ !

କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କୁଲୁରେ ଭାଜପା ଅଧ୍ୟକ୍ଷ ଜେପି ନଡାଙ୍କୁ ଭେଟିଛନ୍ତି। ତେବେ ଏହା ଭିତରେ ଖବର ମିଳିଛି କି କଙ୍ଗନା ରଣାଓ୍ବତ ୨୦୨୪ ନିର୍ବାଚନ ଲଢ଼ିବେ । କଙ୍ଗନାଙ୍କ ବାପା କହିଛନ୍ତି କି, ସେ ନିର୍ବାଚନ ଲଢ଼ିବ । ମାତ୍ର କେଉଁଠୁ ଲଢ଼ିବ ତାହା ସ୍ପଷ୍ଠ ହୋଇନାହିଁ । ମାତ୍ର ସେ ବିଜେପି ଆସନରୁ ଲଢ଼ିବ ବୋଲି କହିଛନ୍ତି । କେନ୍ଦ୍ରୀୟ ନେତୃମଣ୍ଡଳୀ ଯେଉଁ ଆସନରେ ଟିକେଟ ଦେବେ ସେଠାରୁ ଲଢ଼ିବ ବୋଲି କହିଛନ୍ତି ଅମରଦୀପ ।

୨୦୨୪ରେ ମଣ୍ଡି ଲୋକ ସଭା ନିର୍ବାଚନମଣ୍ଡଳୀରୁ ଦଳର ପ୍ରାର୍ଥୀ କିଏ ହେବ ସେନେଇ ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ସେପଟେ ଗତ ସପ୍ତାହରେ ହିମାଚଳ ପ୍ରବେଶର ବିଳାସପୁରରେ RSSର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମନାଲୀରେ କଙ୍ଗନା ରହୁଥିବାବେଳେ ମାଣ୍ଡିର ମୂଳ ବାସିନ୍ଦା ।