କଙ୍ଗନା ହରାଇବେ ଏମପି ପଦ!

ବଲିଉଡ ଅଭିନେତ୍ରୀ ତଥା ହିମାଚଳର ବିଜେପି ସାଂସଦ କଙ୍ଗନା ରଣାୱତ । ତାଙ୍କ ସାଂସଦ ସଦସ୍ୟତା ବିରୋଧରେ ହିମାଚଳ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନରେ କଙ୍ଗନାଙ୍କ ସାଂସଦ ସଦସ୍ୟତା ବାତିଲ କରିବାକୁ ଦାବି କରାଯାଇଛି। ଏହା ପରେ ହିମାଚଳ ପ୍ରଦେଶ ହାଇକୋର୍ଟ କଙ୍ଗନାଙ୍କୁ ନୋଟିସ ଜାରି କରିଛନ୍ତି।

କିନ୍ନର ନିବାସୀ ଲାୟକ ରାମ ନେଗି କଙ୍ଗନାଙ୍କ ବିରୋଧରେ ପିଟିସନ ଦାଖଲ କରିଛନ୍ତି। କଙ୍ଗନା ସଦସ୍ୟତାକୁ ବାତିଲ କରିବାକୁ ସେ ଏଥିରେ ଦାବି କରିଛନ୍ତି। ଲାୟକ ରାମ ନେଗି ହେଉଛନ୍ତି ବନ ବିଭାଗର ଜଣେ ପୂର୍ବତନ କର୍ମଚାରୀ। ଏହି ଲୋକ ସଭା ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ନାମାଙ୍କନ ପତ୍ରକୁ ମଣ୍ଡି ନିର୍ବାଚନ ଅଧିକାରୀ ଭୁଲ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ନେଗି ଯୁକ୍ତି କରିଛନ୍ତି ଯେ ଯଦି ତାଙ୍କ ନାମାଙ୍କନପତ୍ର ଯଦି ଗ୍ରହଣ କରାଯାଇଥାନ୍ତା ତେବେ ସେ ଜିତିଥାନ୍ତେ। ଏହି ଆବେଦନରେ ଲାୟକ ରାମ ନେଗି କୋର୍ଟରେ ଆବେଦନ କରିଛନ୍ତି ଯେ କଙ୍ଗନାଙ୍କ ନିର୍ବାଚନକୁ ବାତିଲ କରାଯାଉ। ସେ ମାଣ୍ଡି ଆସନରେ ପୁନଃ ନିର୍ବାଚନ କରିବାକୁ ଦାବି କରିଛନ୍ତି।। ସେପଟେ କଙ୍ଗନାଙ୍କୁ ହାଇକୋର୍ଟ ନୋଟିସ ଜାରି କରି ଆସନ୍ତା ଅଗଷ୍ଟ ୨୧ ସୁଦ୍ଧା ଏହାର ଜବାର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।