କଟକରେ କାଳୀପୂଜା ଭସାଣ ପାଇଁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

କଟକରେ କାଳୀ ପୂଜା ଭସାଣ ପାଇଁ ସଜାଗ ପୁଲିସ । ଏବେଠୁ ବଢ଼ିଲାଣି ସୁରକ୍ଷା ବ୍ୟବସ୍ଥା । ଛକ ଛକରେ ମୁତୟନ ହେଲେଣି ପୁଲିସ । ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ପୁଲିସ ଲକ୍ଷ୍ୟ ରଖିଛି । ପୋଲିସ କହିଛି ଯେ ୨୪.୧୦.୨୦୨୫ ରେ କଟକ ୟୁପିଡିରେ ଦେବୀ କାଳୀଙ୍କ ବିସର୍ଜନ ଶୋଭାଯାତ୍ରା ପାଳନ କରାଯିବ । ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ, ୨୦୦୩ (୨୦୦୭ ର ଓଡ଼ିଶା ଆଇନ ୮) ର ଧାରା ୨୮ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବଳରେ ଏବଂ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍ (ଟ୍ରାଫିକ୍ ଏବଂ ସାର୍ବଜନୀନ ଶୃଙ୍ଖଳା) ନିୟମାବଳୀ, ୨୦୦୮ ର ନିୟମ ୩୬ ଅନୁଯାୟୀ, ୨୪.୧୦.୨୦୨୫ ସକାଳ ୭ଟାରୁ କଟକ ସହର ଏବଂ ଏହାର ଆଖପାଖରେ ଯାନବାହାନ ଚଳାଚଳ ପାଇଁ ୨୫.୧୦.୨୦୨୫ ରେ ବିସର୍ଜନ ଶୋଭାଯାତ୍ରା ସମାପ୍ତ ହେବା ପର୍ଯ୍ୟନ୍ତ ନିମ୍ନଲିଖିତ କଟକଣା ଲାଗୁ କରାଯାଇଛି।ସ୍ପର୍ଶକାତର ଅଞ୍ଚଳରେ ପଇଁତରା ମାରୁଛନ୍ତି ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍‌ । ବିଭିନ୍ନ ଛକରେ ମୁତୟନ ହୋଇଛନ୍ତି ୬୪ ପ୍ଲାଟୁନ୍‌ ଫୋର୍ସ । ବଛାବଛା ପୁରୁଖା ଅଫିସର୍‌ଙ୍କୁ ଦିଆଯାଇଛି ଦାୟିତ୍ବ । ଗୁଇନ୍ଦା ସୂଚନାକୁ ଦିଆଯାଉଛି ପ୍ରାଧାନ୍ୟ । ଦୁର୍ଗାପୂଜା ଭଳି କାଳୀ ପୂଜା ଭସାଣରେ ଯେଭଳି କିଛି ଅପ୍ରୀତିକର ସ୍ଥିତି ନଉପୁଜେ ସେଥିପ୍ରତି ତୀକ୍ଷ୍ଣ ନଜର ରଖିଛି ପୁଲିସ ।