କଟକରେ ଦୁର୍ଗାପୂଜା ପାଇଁ ହୋଇପାରିବ ୬ ଟି ସୁ-ଉଚ୍ଚ ତୋରଣ

ଓଡିଶା ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଏବେ କଟକରେ ଦୁର୍ଗାପୂଜା ପାଇଁ ହୋଇପାରିବ ସୁ-ଉଚ୍ଚ ତୋରଣ । ଅନୁମତି ଦେଲେ ଓଡିଶା ହାଇକୋର୍ଟ । କଟକ ସହରରେ ୬ ଟି ସୁଉଚ୍ଚ ତୋରଣକୁ ଅନୁମତି ଦେଇଛନ୍ତି ଓଡିଶା ହାଇକୋର୍ଟ । ଦୁଇଟି ପର୍ଯ୍ୟାୟରେ ଅନୁମତି ନେଇ ସ୍ପଷ୍ଟ କଲେ ହାଇକୋର୍ଟ । ବାଦାମବାଡ଼ି, ଖାନନଗର, ଚାନ୍ଦିନୀଚୌକ, ମାଲଗୋଦାମ, ରାଣୀହାଟ, ଶିଖରପୁରରେ ହୋଇପାରିବ ଏହି ସୁ-ଉଚ୍ଚ ତୋରଣ । ରାସ୍ତା ଉପରେ ତୋରଣ ନିର୍ମାଣ ଉପରେ ରୋକ ଲଗାଇଥିଲେ ହାଇକୋର୍ଟ । ତେବେ ଅନୁମତି ନେଇ ନିର୍ମାଣ କରିହେବ ତୋରଣ ବୋଲି ପୁଣି କହିଛନ୍ତି ଓଡିଶା ହାଇକୋର୍ଟ । ପାର୍ବଣରେ ଡିଜେ ବଜାଇବା ଉପରେ କଟକଣା ଲଗାଯାଇଛି। ଦୁର୍ଗାପୂଜା ଓ ମୂର୍ତ୍ତି ଭସାଣି ବେଳେ ବି ଡିଜେ ମନା। ପାର୍ବଣ ଶବ୍ଦ ପ୍ରଦୂଷଣ ରୋକିବାକୁ କଡ଼ା ପଦକ୍ଷେପ ନେବାକୁ କୁହାଯାଇଛି। ୬୫ ଡେସିବଲରୁ ଅଧିକ ଶବ୍ଦ ଉତ୍ପର୍ଣ୍ଣ ହେବାକୁ ଦିଆଯିବନାହିଁ। ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଏ ନେଇ ଅବଗତ କରାଇଛନ୍ତି କଟକ ଡିସିପି। ସମସ୍ତ ପୂଜା ମଣ୍ଡପ ପାଇଁ ଏସଓପି ଜାରି ହୋଇଛି। ତେବେ ଏସଓପିରେ କିଛିଟା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସାଜସଜ୍ଜା ଓ ତୋରଣ ନିର୍ମାଣ କାମ ରାତିରେ ହେବ। ପର୍ବ ସରିବା ମାତ୍ରେ ତୋରଣ ଖୋଲିବାକୁ ହେବ ବୋଲି ହାଇକୋର୍ଟ କହିଛନ୍ତି।