କଟକରେ ଭସାଣି ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ,୬ ଜଣଙ୍କୁ ଚିହ୍ନଟ କରି ଗିରଫ
କଟକରେ ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ । ଦୁଇଟି ପୃଥକ ପୃଥକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ହୋଇଛି ଓ ଏଥିରେ ୬ ଜଣ ଆହତ ହୋଇଛନ୍ତି । ଝାଞ୍ଜିରିମଙ୍ଗଳା ପୂଜା କମିଟିର ଭସାଣ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ହୋଇଛି । ଉଭୟ ଗୋଷ୍ଠୀ ପରସ୍ପର ଉପରେ ଢେଲା ପଥର ଓ କାଚ ବୋତଲ ମାଡ଼ କରିଛନ୍ତି । ଦୁଇ ଗୋଷ୍ଠୀ ଭସାଣି ଶୋଭାଯାତ୍ରାରେ ମୁହାଁମୁହିଁ ହେବା ପରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ କଟକ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବରିଷ୍ଠ ପୋଲିସର ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ସିପି । ଏବେ ସ୍ଥିତି ସ୍ଵାଭାବିକ ରହିଥିବା ବେଳେ ସିସିଟିଭି ଓ ଡ୍ରୋନ୍ ମାଧ୍ୟମରେ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । ତେବେ ଭସାଣ ଶୋଭାଯାତ୍ରା ସମୟରେ ଗଣ୍ଡଗୋଳ କରିଥିବା ଲୋକଙ୍କୁ ଚିହ୍ନଟ କରିବା ପରେ ବାନ୍ଧିଛି ପୋଲିସ । ହାତୀ ପୋଖରୀ ଛକରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ପୋଲିସ ୬ ଜଣଙ୍କୁ ଚିହ୍ନଟ କରି ଗିରଫ କରିଛି । ହାତୀ ପୋଖରୀ ଛକରେ ହାତାହାତିରେ କଟକ ଡିସିପିଙ୍କ ସହ ୬ ଜଣ ଆହତ ହୋଇଥିଲେ ।
