କଟକରେ ସ୍ଥିତି ସ୍ବାଭାବିକ; ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ
କଟକରେ କର୍ଫ୍ୟୁ ବଳବତ୍ତର, ସ୍ଥିତି ସ୍ବାଭାବିକ । ୩୬ ଘଣ୍ଟିଆ କର୍ଫ୍ୟୁ ଆଜି ଦିନ ୧୦ଟାରେ ସମାପ୍ତ ହେବ । ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ବିଶୃଙ୍ଖଳା ଘଟଣା ପରେ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି । ଘଟଣାରେ ୩ଟି ମାମଲା ରୁଜୁ କରି ୮ଜଣଙ୍କୁ ଗିରଫ କରାଯାଇଛି । କୌଣସି ପ୍ରକାର ଗୁଜବରେ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ ।ଅକ୍ଟୋବର ୩ତାରିଖରେ ରାତିରେ ଦଶହରା ଭସାଣ ଶୋଭାଯାତ୍ରାରେ ଦରଘାବଜାର ଓ ହାତୀପୋଖରୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ସ୍ଥିତି ନିୟନ୍ତ୍ରଣକୁ ଫେରୁଥିବା ବେଳେ ଗତକାଲି ବାଇକ ରାଲି ବାହାରିଥିଲା । ତେବେ ଏଥିପାଇଁ ଅନୁମତି ନଥିବାରୁ ପୋଲିସ ଏହାକୁ ଅଟକାଇଥିଲା । ଏହାକୁ ନେଇ ପୋଲିସ ସହ ମୁହାଁମୁହିଁ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।
